STORYMIRROR

କଳ୍ପନା ରାୟ

Abstract Fantasy Inspirational

3  

କଳ୍ପନା ରାୟ

Abstract Fantasy Inspirational

ମାଟି

ମାଟି

1 min
246


ମାଟି ନୁହେଁ ସେ ମାଆ....ଟି

ଫୁଲ ଫଳର ଗନ୍ତାଘର ସେ

ଶିଶୁ ଉଠି ପଡ଼ି ଚାଲେ ଟି

ଦିନେ ଖାଇଥିଲେ କୃଷ୍ଣ ତାକୁ ତ

ଦେଖାଇ ଥିଲେ ଯଶୋଦାଙ୍କୁ ପାଟି

ଯଶୋଦା ଦେଖିଲେ ଵିଶ୍ବ ଵ୍ରହ୍ମାଣ୍ଡ

ଵୁଲାଇଥିଲା ତାଙ୍କ ମୁଣ୍ଡଟି ।


ମାଟି ନୁହେଁ ସେ ମାଆ....….ଟି

ସମସ୍ତଙ୍କର ସେ ଧାତ୍ରୀ, ଶିକ୍ଷୟିତ୍ରୀ

ଶିଶୁରୁ ଯତ୍ନ ସେ ନିଏ .…. ଟି

ତା ଦେହରେ ଖେଳେ ଗଙ୍ଗା ଯମୁନା

କି ସୁନ୍ଦର ସାଗର ବେଳାଭୂମିଟି

କେତେ ଯେ ଖଣିଖାଦାନ ସିଏ ରଖିଛି

ଆମ ସୁଖ ପାଇଁ ଯତନେ ଅତି ।


ମାଟି ନୁହେଁ ସେ ମାଆ ..........ଟି

ତା ଦେହରେ ବଢେ କେତେ ଗଛଲତା

ଫୁଲ ଫଳ ଆଉ ଔଷଧ ବୃକ୍ଷଟି

ଏଇମାଟିରେ ପାଉ ଜ୍ଞାନ ନିର୍ଝରଣୀ

ଧାନ ବେଦଉପନିଷଦ ପୁରାଣ ପୋଥି

ଝୁରି ହୁଅନ୍ତି ଦେବତା ଆଉ ଦେବୀ

ଥରକୁ ଥର ଜନ୍ମ ନେବା ପାଇଁ ଏଇଠି ।


ଏଇଠି ଜନ୍ମ ପ୍ରତାୟଣା ପୁଣି ପ୍ରେମୀ

ମିଛସତ ଆଉ ପୁଣ୍ୟଵାନ ପୁଣି ପାପୀ

କିଏ କରେ କାମ ସାଥି ହୋଇ ତ

କିଏ ପୁଣି ଶିଖେ କାଟି ଆଙ୍ଗୁଠି କାଟି

ରାମାୟଣ ମହାଭାରତ ଗ୍ରନ୍ଥ ଜନ୍ମଏଠି

ପୁଣ୍ୟଭୂମି ଭାରତଦେଶ ଯା ଜନ୍ମମାଟି

ଆଉ କ'ଣ ତାର ଦରକାର କୁହଟି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Abstract