STORYMIRROR

DR SAMIR RANJAN BEHERA

Inspirational

4  

DR SAMIR RANJAN BEHERA

Inspirational

ମାଟି ନୁହଁ ସେ "ମା" ଟି

ମାଟି ନୁହଁ ସେ "ମା" ଟି

1 min
272


ନିଦାଘର ରୌଦ୍ର ତାପ

ଆଉ ହାଡ ଭଙ୍ଗା ଶୀତର ପ୍ରକୋପ

କିଛି ବି ଫରକ ନଥାଏ ମୋ ପାଇଁ

କାରଣ କୃଷକ ମୁଁ

ମାଟିର ମଣିଷ ମୁଁ l 1 l

ସକାଳରୁ ସଞ୍ଜ

ସମାନ ମୋ ପାଇଁ

କ୍ଷେତ ମୋ କର୍ମଶାଳା

ସବୁ ଦୁଃଖ ଆଉ ସୁଖକୁ ଏକାକାର କରେ

ଆଉ ମାଟିରେ ସୁନା ଫଳାଏ l2l.

ଅନ୍ନ ଯୋଗାଏ ମୋ ପରିବାରକୁ

ଅନ୍ନ ଯୋଗାଏ ମୋ ଦେଶକୁ

ନଥାଇ ସ୍ୱାର୍ଥ ନଥାଏ ଭେଦଭାବ

ଆଉ ଧନୀ ହେବାର ଅଭିଳାଷ

କର୍ତ୍ତବ୍ୟ ମୋ ଈଶ୍ୱର କ୍ଷେତ ମୋ ମନ୍ଦିର

ଆଉ ମାଟି ପାଣି ପବନ ତ ମୋ ଅତି ନିଜର l3l.


କେବେ ଆଶା କରିନି ସରକାରୀ ଦୃଷ୍ଟି

ଟଙ୍କିକିଆ ଚାଉଳ ଆଉ ସହାୟତା ରାଶି

ଶ୍ରମ ମୋ ଭରସା ଦେଶ ବାସୀ ମୋ ବିଶ୍ୱାସ

ଛାତି କୁ ବଜ୍ର କରି ମାଟି ସହ ମାଟି ହେଇ

   ସୁନା ଫଳାଏ ମୋ ଦେଶ ପାଇଁ

                  ମୋ ଦେଶ ପାଇଁ l4l.

ଏ ମାଟି ମୋ ସାହସ ଏ ମାଟି ମୋ ବିଶ୍ୱାସ

ଏ ମାଟି ମୋ ସପନ ଏ ମାଟି ମୋ ଦେଶ ଜୀବନ

ହେ ଶିଳ୍ପପତି ହେ ପୁଞ୍ଜିପତି ହେ କ୍ଷମତାଧିକାରୀ

ଏ ମାଟି କୁ କେବେ ଉପହାସ ନ କର

କାରଣ ମାଟି ନୁହଁ ଏ "ମା" ଟି ଆମର l5l.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational