STORYMIRROR

Nrusingha Narayan Tripathy

Inspirational Children

4  

Nrusingha Narayan Tripathy

Inspirational Children

ମାଟି ମାଆ

ମାଟି ମାଆ

1 min
250


ମାଆର ମମତା ମାଟିର ମହତ

   ମାଟି ତ ମାଆର ମାଧ୍ୟମ

ମାଟିର ମହିମା ମହୀରେ ମହତ୍ୱ

   ମାଆଠୁ ମାଟି ମାଆ ମହାନ ll


ଜୀବର ଜୀବନ ଜନ୍ମରୁ ଜୀଇଁବା

   ମାଟି ମାଆ ପାଳନ ପୋଷଣ

ରହିବା ଖାଇବା ବୁଲିବା ଖେଳିବା

    ମାଟି ମାଆ ନିଅଇ ଯତନ ll


ଶୋଭାରେ ପୂରିତ ବକ୍ଷରେ ଶୋଭିତ

     ବୃକ୍ଷଜ ଅସୀମ ଜାତିର

କୁସୁମ ମହକ  ଫଳକୁ ଧରିତ

   ମାଟି ମାଆ ଆନନ୍ଦେ ବିଭୋର ll


ପାହାଡ଼ ପର୍ବତ ଝରଣା ନଦୀରେ

    ଅସଂଖ୍ୟ ହ୍ରଦର ସାଗର

ପ୍ରଜାତି ପ୍ରଜାତି ଜୀବଙ୍କୁ ସାଥିରେ

    ପୃଷ୍ଠରେ ଧରିଛି ସତ୍ୱର ll


ସମ୍ପଦ ଗର୍ଭରେ ଯତନେ ସାଇତି

   ମାନବ ସମାଜ ହିତରେ

ନିଷ୍ଠୁର ମାନବ ଦାନଵ ପ୍ରକୃତି

  ଭୂପୃଷ୍ଠ ଲୁଣ୍ଠେ ସେ ସ୍ୱାର୍ଥରେ ll


ମାଟି ମାଆ ଦେଖିକି ମଣିଷ ଚରିତ୍ର

  ଶୋକରେ ଡୁବିକି କାନ୍ଦୁଛି

ଉଦ୍ଭିଦ ଛେଦନ ବିଷକୁ ସିଞ୍ଚିତ

   ଶସ୍ୟରେ ତାଣ୍ଡବ ରଚୁଛି ll


ପ୍ଲାଷ୍ଟିକ ଆର୍ବଜ୍ୟ ପକାଇ ବକ୍ଷରେ

    ଦୁର୍ଗନ୍ଧ ମାଟି ମାଆ ଦେହତ

ବିଳାସେ ମଣିଷ ବଂଚିବା ଲୋଭରେ

    ମାଟିଠୁ ଶୋଷଇ ଲହୁତ ll


ପାହାଡ଼ ଭାଙ୍ଗୁଛି କେନାଲ ଖୋଲୁଛି

    ବିଲଡିଂ ପୃଷ୍ଠରେ କରୁଛି

ଡ୍ୟାମ ତ ବାନ୍ଧୁଛି ଭାଙ୍ଗୁଛି ଗଢୁଛି

     ମାଟି ମାଆ ସବୁତ ସହୁଛି ll


ମାଆ ତ ସହୁଛି  ମାଟି ମାଆ ସହୁଛି

    ଉଭୟ ଆମର ମାଆ ତ

ମାଆ ତ ଦେବକୀ ମାଆଟି ମାଆ ଯଶୋଦା

     କରୁଛି ଆମର କ୍ଷମା ତ ll


ମାଟି ମାଆ ପ୍ରକୃତି  ଚରଣେ ମୁଣ୍ଡିଆ

    ମାଆ ତ କ୍ଷମାର ତଟିନୀ

କ୍ଷମାର କୃପାରେ ବାନ୍ଧେ ସେ ଦୁନିଆଁ

     ମଣିଷ ଏସବୁ ବୁଝେନି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational