ମାଟି ମା
ମାଟି ମା
ମୁଁ ଅନୁଭବ କରିଛି ମାେ ଭାରତମାତାକୁ
ପ୍ରଥମ ବର୍ଷାର ଭିଜା ମାଟି ବାସ୍ନାରେ
ଚଷା ଭାଇର ସୁନା ରଙ୍ଗର ଫସଲରେ
ଆଉ ଯେବେ ,
ବୀର ସୈନିକ ହାତରେ ମୁଠାଏ ମାଟି
ନିଜ କପାଳେ ବୋଳି ନିଜ
ମାଆର ପଣତ କାନି ବାରି ପାରେ
ସହିଦ ରକ୍ତରେ ଲାଲ୍ ହେଇଥାଏ ମାଟି
କହି ଯାଏ ଦେଖ ମୁଁ ଶୋଇ ଯାଉଛି
ମାେ ମାଆ କୋଳରେ ଚିର ନିଦ୍ରାରେ
ସେଇ ମାଟି ସବୁ ଭାରତୀୟଙ୍କ ପ୍ରାଣ ପ୍ରିୟ
ମାଟିରୁ ଜୀବନ ପୁଣି ମାଟିରେ ଶେଷ କାହାଣୀ
ମାଟି ହିଁ ତ କୋଟି ମାନବର ପରିଚୟ ।।
