ମାଟି ମା
ମାଟି ମା
ଅମୃତ ଝରା ଗଙ୍ଗାର ଧାରା
ଜାଣିଛ କି ତା'ର ନାଁ
ନାଁ ତା'ର ମାଟି ମା
ବିପଦକୁ ସାମ୍ନା କରିିିବାକୁୁ
ହୁଏ ପୁଣି ଯିଏ ସାହା
ନାଁ ତା'ର ମାଟି ମା।
ରାଗ ରୋଷ ଓ ଅଭିମାନ ଭୁଲି
ସନ୍ତାନକୁ କରେ ଆହା
ଖାଦ୍ୟ ପଦାର୍ଥ ବେଶ ପୋଷାକ କୁୁ
ଭେଟି ଦିଏ ନୂଆ ନୂଆ
ନାଁ ତା'ର ମାଟିିମା।
ଜୀବ , ମନୁଷ୍ୟର ଦଳନ ସହି
ହୃଦୟରେ ରଖି ଦୟା,
ସଭିଙ୍କର ଦୁଃଖ ଦୁର୍ଦ୍ଦଶା ଶୁଣି
ଚାହିଁ କରି ପୁଣି କ୍ଷମା
ନାଁ ତା'ର ମାଟି ମା।
