STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ମାଟି କୁଡୁଆ

ମାଟି କୁଡୁଆ

1 min
298


ମୁଁ ଶ୍ରୀ କ୍ଷେତ୍ରର ମାଟି କୁଡୁଆ 

ଅଧର ରେ ଛୁଏଁ ମୋତେ କାଳିଆ

ମୁଁ ଶ୍ରୀ କ୍ଷେତ୍ରର...l


କୁମ୍ଭାର ନିତି ମୋତେ ଗଢି ଦିଏ

ଶ୍ରୀ ମନ୍ଦିର କୁ ନୀତି ସେ ପଠାଏ

ଶ୍ରୀ ମହାପ୍ରସାଦ ନୀତି ଲାଗିହୁଏ

ପ୍ରଭୁଙ୍କ ସେବାରେ ନୀତି ରହିଥାଏ


ସେବା ରେ ଥାଏ ବାର ମାସିଆ

ମୁଁ ଶ୍ରୀ କ୍ଷେତ୍ରର ...l


ଭକତ ମୋତେ ଆନନ୍ଦ ରେ ନିଅନ୍ତି

ଛୁଆଁ କି ଅଛୁଆଁ କେହି ନ ଦେଖନ୍ତି

ଡଙ୍କ ତୋରାଣୀ ଶରଧା ରେ ପିଅନ୍ତି

ସକଳ ପାପ ରୁ ଭକ୍ତ ମୁକତି ପାଆନ୍ତି


ନୀତି ଦେଖେ ମୋ ଜଗା ବଳିଆ

ମୁଁ ଶ୍ରୀ କ୍ଷେତ୍ରର ...ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics