STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ମାତୃତ୍ବର ପରିଭାଷା

ମାତୃତ୍ବର ପରିଭାଷା

1 min
14K


ଶବ୍ଦମାନେ

ଅଟକିବା ସହଜ ନୁହଁ

କିନ୍ତୁ ଅଟକି ଯାଆନ୍ତି

କେହି ବର୍ଣ୍ଣିପାରିବ

ସଠିକ ନିର୍ଣ୍ଣୟ କରିପାରିବ

ବଡ କଷ୍ଟକର ନିର୍ଣ୍ଣାୟକ

ତଥାପି କିଛି ତ ପାରିବି।


ସବୁଠୁ ବଡ

ତ୍ୟାଗର ଶବ୍ଦ

ମାଆ

କାହାର ?

ସନ୍ତାନର

ଦଶ ମାସ ଦଶ ଦିନ

ନିଜ ଶରୀର ଅଭ୍ୟନ୍ତରରେ

ଲୁଚାଇ ରଖେ

କାଳେ ବାହାର ଆଘାତ ଲାଗିବ କି?


ଛୋଟିଆ କାମଟିଏ

କଲାବେଳେ

ଛୋଟ ଜିନିଷଟିଏ

ବୋହିଲା ବେଳେ

ଯନ୍ତ୍ରଣାର ଚିହ୍ନ ମୁହଁରେ

ବାରି ହୋଇ ପଡେ

ଦଶ ମାସ ଦଶ ଦିନ

କେବଳ ମାଆ ବୋହିପାରେ।


ତା'ପରେ

ପୂର୍ଣ୍ଣତା ପରେ

ଅସହ୍ୟ ଯନ୍ତ୍ରଣାରେ

ଛଟପଟ ହୋଇ

ବାହାର ଦୁନିଆର ଆଲୁଅ ଦେଖାଏ

ସେଇଠି ଅନୁଭବ

ତା'ଜୀବନର ପୂର୍ଣ୍ଣତା।


ଶିଶୁର

କଅଁଳ ଓଠର ସ୍ପର୍ଶ

ଶାରୀରିକ ଯନ୍ତ୍ରଣାର

ମହୌଷଧି ପାଲଟିଯାଏ

ଉଦ୍ଦାମତା ଆସିଯାଏ

ତାଲ୍ଲିନ ହୋଇଯାଏ

ତା'ର ସାମଗ୍ରୀକ ଯତ୍ନରେ।


ବିକାଶୋନ୍ମୁଖୀ କଳିକା

କ୍ରମେ ବିକାଶର ପାହାଚ

ପରେ ପାହାଚ ଡେଇଁ ଚାଲେ

ଆନନ୍ଦର ଆତିଶର୍ଯ୍ୟରେ

ମାଆ ମନରେ ବହୁ ଉଦବେଳନ

ମାଆ ହସେ ତା'ପାଇଁ

ଦୁଃଖକୁ ପଳ ପଳ କରି ପିଏ

କେବଳ ତା'ପାଇଁ।


ସୃଷ୍ଟିର

ସବୁଠୁ ଉଚ୍ଚ

ମାଆର ସ୍ଥାନ

ଏଥିରେ ଦ୍ବିମତ ନାହିଁ

ମାଆର ବର୍ଣ୍ଣନା ବର୍ଣ୍ଣନାତୀତ।


ଉଦାହରଣ ନେବା

ଆମେରିକାର ଫଟୋ

ଉତ୍ତୋଳନକାରିଙ୍କର

ୱେବସାଇଟରେ ପ୍ରକାଶିତ

ଫଟୋର

ଆଫ୍ରିକାର ଜଙ୍ଗଲର ଫଟୋ

ହାତୀ ପଲଙ୍କ ଫଟୋ

ହଠାତ୍ ବର୍ଷାର ଆରମ୍ଭ

ଫଟୋଗ୍ରାଫର ଫେରିଆସିଲେ

ଗେଷ୍ଟ ହାଉସକୁ

ଥଣ୍ଡାର ଲାଘବ ପାଇଁ

ଚା ପିଉଥିଲେ

ହଠାତ୍ ଏକ ଚମତ୍କାର ଦୃଶ୍ୟ

ଦୃଷ୍ଟିକୁ ଆସିଲା।


ଚା ପିଇବା

ବନ୍ଦ ହୋଇଗଲା

ତୁରନ୍ତ ଫଟୋରେ ସେ ଦୃଶ୍ୟକୁ

କଏଦ କରିନେଲେ।


ଦୃଶ୍ୟଟି ଅତି ଅପୂର୍ବ

ବର୍ଷାରେ ଶିଶୁ ଭିଜିବ ନାହିଁ

ସୁନ୍ଦର ବ୍ୟବସ୍ଥା

ଆପଣେଇଛି ହାତୀଟି।


ଫଟୋ

କଏଦ ହୋଇଗଲା

କ୍ୟାମେରାରେ

ତା'ପରେ

ୱେବସାଇଟରେ ସଙ୍ଗେ ସଙ୍ଗେ

ଛାଡିଦେଲେ।


ଏହାର

ନାମ ରଖିଥିଲେ

ମାତୃତ୍ବର ପରିଭାଷା।


ତା'ପରେ

ଅଜସ୍ର ଅଭିନନ୍ଦନ

ଅଜସ୍ର ପ୍ରଶଂସା

ପୃଥିବୀର କୋଣ ଅନୁକୋଣରୁ।


ଶେଷରେ

ୱେବସାଇଟ

ଫଟୋ ପ୍ରତିଯୋଗିତାରେ

ପ୍ରଥମ ସ୍ଥାନ

ଅଧିକାର କରିଥିଲା

କି ଯୋଜନା ?

ମାଆର ଯୋଜନା

ଏଇ ତ ମାତୃତ୍ବର ପରିଭାଷା

ସୃଷ୍ଟିର ସବୁ ମାଆଠାରେ।


ମନେପକାଇବା ମାଆକୁ

ଗାଇବା ମାତୃତ୍ଵର ଜୟ

ମାଆ ପାଇଁ ନିବେଦନ କରିବା

କାଳିଆ ପାଖରେ

ସମସ୍ତ ଦେବଦେବୀଙ୍କ ପାଖରେ

ସୁରକ୍ଷା ଦେବା ତାକୁ

ଶ୍ରଦ୍ଧା ଭଲପାଇବାର

ହାତ ଟିକେ ବଢାଇ ଦେବା।

ଆବାହନ କରିବା

ତେଜାଗ୍ନିର

ସୃଷ୍ଟିର ମଙ୍ଗଳକାରିଣୀର।


Rate this content
Log in

Similar oriya poem from Inspirational