ମାତୃତ୍ବ
ମାତୃତ୍ବ
ନାରୀତ୍ୱର ପ୍ରଭାସ ଯଜ୍ଞରେ
ହୃଦୟ ନିର୍ଯ୍ଯାସ ସମୀଧ
ଆକୁୁୁଳିତ ମନଫୁଲ
ଆସକ୍ତିକ ଆତ୍ମା
ଚିନ୍ତା ଆଉ ଚେତନାର
ପ୍ରଲମ୍ବିତ ପ୍ରହରମାନ
ଦେଇ ଆହୁତି
ସାର୍ଥକ କରେ ତା
ରକ୍ତର ସଂପୂର୍ଣ୍ଣ ଜୀବନ୍ୟାସ
ବିଭୋର ହୋଇଉଠେ ମମତା
ମୁକୁଳିତ ହୋଇଉଠେ
ଲଣ୍ଡା ବରଗଛ
ବାତ୍ସଲ୍ୟତାର ରୋମାଞ୍ଚରେ ।
