Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Abstract Others

3  

Santosh Pattnayak

Abstract Others

ମାତୃଶକ୍ତି

ମାତୃଶକ୍ତି

1 min
29


ମାତୃଶକ୍ତି ମହାଶକ୍ତି ଅଟେ ଧରାଧାମେ 

ସୁଖ୍ୟାତି ରହିଅଛି କାଳିଦାସ ନାମେ 

ଜାୟା ଜନନୀ ଭଗନୀ ଭିନ୍ନ ଭିନ୍ନ ରୂପେ

ଶକ୍ତି ମୁକ୍ତି ଶାନ୍ତି ଦେଉଥାଏ ଅବିରତେ ||


କବିଙ୍କ କୃତିରେ ଅଛି ଦିବ୍ୟ ମାତୃଶକ୍ତି 

ଚାଷୀର ଶ୍ରମରେ ସହାୟକ ବସୁମତୀ

ଅମୃତ ପାନରେ ପରା ବିକିଶିଛି ଜ୍ଞାନ

ସେବା ଶୁଶ୍ରୁଷାରେ ଭରା ସାହାସର ଧନ ||


ସ୍ନେହ ଶ୍ରଦ୍ଧା ମନ୍ଦାକିନୀ ଶକ୍ତି ପ୍ରଦାୟିନୀ 

ଦୁଷ୍ଟ ନିବାରିଣୀ ମାତା ବିପଦ ହାରିଣୀ 

ବିଦ୍ୟାଦାତ୍ରୀ ଜ୍ଞାନଦାତ୍ରୀ ସୁଖ ବିଳାସିନୀ 

ମାତୃଶକ୍ତି ଆଧାରରେ ତିଷ୍ଠିଛି ଅବନୀ ||


ମାତୃମୟ ବିଶ୍ବ ଭୁବନ , ମା'ପାଇଁ ସୃଷ୍ଟି 

ବିଶ୍ବ ନିୟନ୍ତାଙ୍କ ଅଟଇ ଅମୂଲ୍ୟ ଭେଟି ॥


Rate this content
Log in