STORYMIRROR

NIBEDITA MOHAPATRA

Abstract

3  

NIBEDITA MOHAPATRA

Abstract

ମାତୃରୂପିଣୀ ମଦର ଟେରେସା

ମାତୃରୂପିଣୀ ମଦର ଟେରେସା

1 min
389

ଐଶ୍ବରିକ ଗୁଣ ଯୁକ୍ତା ହୋଇ ଏ ମର୍ତ୍ତ୍ୟ ଭୂମିରେ

ଆର୍ବିଭୂତା ହୋଇଥିଲେ ଦେବୀ ରମଣୀ ରୂପରେ


ସମ୍ମୁଖରେ ଦେଖି ଦରିଦ୍ର ନାରାୟଣଙ୍କ ପୀଡା

ଝରୁଥିଲା ନେତ୍ର ଯୁଗଳରୁ ଲୋତକର ଧାରା


ଉଣେଇଶ ଦଶ ଅଗଷ୍ଟ ସତେଇଶ ତାରିଖ

ସ୍ଲୋପେଜ ସହରରେ ଏଗ୍ନେସ୍ ହୋଇଲେ ଜନ୍ମିତ


ସେବା ଶୁଶ୍ରୂଷାର ସାଜି ମୂର୍ତ୍ତିମନ୍ତ ଅବତାର

ସ୍ବହସ୍ତେ ପୀଡିତଙ୍କର କରୁଥିଲେ ଦୁଃଖ ଦୂର


ଲରେଟୋ ବିଦ୍ୟାଳୟରେ କରୁଥିଲେ ଶିକ୍ଷାଦାନ

ହେଲେ ଦୁଃସ୍ଥସେବା ପାଇଁ ଥିଲା ବ୍ୟାକୁଳିତ ମନ


ରୋଗ ଯନ୍ତ୍ରଣା ଚିତ୍କାର ଶୁଣି ନିରାଶ୍ରୟଙ୍କର

ବ୍ୟଥାରେ ଭରୁଥିଲା କୋମଳ ହୃଦୟ ତାଙ୍କର


ଅଠର ବର୍ଷରେ ନେଇ ପିତାଙ୍କର ଅନୁମତି

ଦୁଃସ୍ଥ ପୀଡିତଙ୍କ ସେବା କଲେ କଲିକତା ଆସି


ଅନୁସରଣ କରି ସେବାକାରୀ ପାଦ୍ରିଙ୍କ ପଥ

ନିଜ କାର୍ଯ୍ୟେ କରିଲେ ସଭିଙ୍କୁ ବିମୋହିତ


ରୋଗ ବିକାରକୁ ଦେଖି ତିଳେ ନ କରନ୍ତି ଘୃଣା

କୋମଳମୟ ବାଣୀ ଥିଲା ତାଙ୍କର ମନ ଜିଣା


କରିବାକୁ ସେବା ସବୁ ଦୁଃଖି ଦରିଦ୍ର ଜନର

ସ୍ଥାପନା କରିଲେ ସେବାସଂସ୍ଥା "ନିର୍ମଳ ହୃଦୟ"ର


ପ୍ରତିଷ୍ଠିତ କରି ଚିକିତ୍ସାଳୟ ଅନାଥାଶ୍ରମ

ପରିତ୍ୟକ୍ତ ଅନାଥଙ୍କୁ କରିଥିଲେ ଥଇଥାନ


ଅସାଧାରଣ ସେବା କାର୍ଯ୍ୟରେ ହୋଇ ବିମୋହିତ

ମଦର ଟେରେସା ନାମେ ସର୍ବେ କରିଲେ ବିଦିତ


ନୋବେଲ୍ ପୁରସ୍କାର ସହ ପଦ୍ମଶ୍ରୀ ଉପାଧିରେ

ବିଭୂଷିତା ହେଲେ ପୁଣି ସେତ ଭାରତ ରତ୍ନରେ


ମନରେ ନଥିଲା ଲେଶମାତ୍ର ଗର୍ବ ଅହଙ୍କାର 

ଦୁଃସ୍ଥଙ୍କ ସେବା କରିବା ଥିଲା ବ୍ରତ ଜୀବନର


ଉଣେଇଶ ସତାନବେ ମହାପ୍ରୟାଣ ହୋଇଲା 

ତାଙ୍କ ସେବାନୁଭାବ ସେଦିନ ବିଲୟ ଘଟିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract