Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Sahoo

Inspirational

3  

Chinmayee Sahoo

Inspirational

ମାତୃଭୂମି ମାତୃଭାଷା

ମାତୃଭୂମି ମାତୃଭାଷା

1 min
186



ଜନନୀ ଠାରୁ କେ ନିଜର ହୋଇବ

ଜନମ ଦେଇଛି ସିଏ

ଅଳି ଅର୍ଦ୍ଦଳି କୁ ସହି ଯେତେ ସବୁ

ସାଦରେ କୋଳେଇ ନିଏ।


ଦରୋଟି ଅଧରେ ଶିଖାଇଛି କଥା

ଭାବ ବୁଝି ଏ ମନର

ପେଟ ମାରି ପେଟ ପୂରାଇଛି ଯିଏ

ତା'ଠୁ କିଏ ଆପଣାର ?


ସେଇ ତ ଦେଇଛି ଏ ସଂସାର ସୁଖ

ସମାଜ ରେ ପରିଚୟ

ସହିଛି କଷଣ ଆହା ନ କହିଣ

ମନକୁ କରି ତା'ଥୟ।


ଏଇ ଆଶା ମନେ ସଞ୍ଚିଅଛି ପୁଣି

ରଖିବା ତା'ର ମହତ

ସେ ଆଶା ତାହାର ମଉଳି ନ ଯାଉ

କରିବା ଆମେ ଶପଥ।


ଆମ ମାତୃଭୂମି ଆମ ମାତୃଭାଷା 

ଆମ ପାଇଁ ମାଆ ପରି

ତା'ଠାରୁ କେ ଆଉ ଅଧିକ ଚିହ୍ନିବ

ମନ କଥା ଅସୁମାରୀ ?



Rate this content
Log in

Similar oriya poem from Inspirational