STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମାତୃଭାଷା

ମାତୃଭାଷା

1 min
13.6K


ଅଶ୍ଵିନୀ କୁମାର ମିଶ୍ର


ମତେ ଭୋକ ଲାଗେ

ଯେଉଁ ଭାଷାରେ ଆହାର ମାଗିଲେ

କ୍ଷତି କ’ଣ ?

ପେଟ ପୁରାଇବାକୁ

ମାତୃଭାଷା କ’ଣ ଅତି ଜରୁରୀ ?


ହୁଏତ ଜେନ ଓଡିଆଣୀ

ମତେ ଶୁଣି ନ ପାରେ

ଅଣଓଡିଆଣୀଟିଏ ବଢ଼େଇ ଦେଇପାରେ

ଖାଦ୍ୟ, ସେଠି ମୁଁ ଓଡିଆ ରନ୍ଧାର

ସ୍ଵାଦ ଖୋଜିବି ନା ଭୋକ ମାରିବାକୁ

ତୁଣ୍ଡକୁ ନେବି ଆହାର ?


ହୁଏତ ମୋ’ ଜାଗା, ଭୁଇଁ

ପରିବାର ସବୁକିଛି ଅନୁଜ୍ଜ୍ଵଳ

ପିନ୍ଧିବା ପାଇଁ

ନାହିଁ ଦିଗବିଜୟୀ ମୁକୁଟ

ହଳେ ଚିରାପୋଷାକ ହିଁ ମୋର ସର୍ବସ୍ଵ

କୋଟ୍, ଟାଇ ପିନ୍ଧା ଓଡିଆ ଜଣେ

ମୋ’ ଗୁଣରେ ମୁଗ୍ଧ ହେଇ

ହାତ ବଢ଼େଇ ଡାବ ବନ୍ଧୁତାର ?


ସାରା ଜୀବନ

ଏଭଳି ପ୍ରତ୍ୟୟର ଚନ୍ଦନଟିପାକୁ

କପାଳରେ ବୋଳି

ମୁଁ କ’ଣ ଖୋଜିବି

ଦମକାଏ ପବନ

ଖେଳେଇ ହେବାକୁ

କାହାରି ନା କାହାରି

ନାକ ପାଖରେ......


ପବନ କାହୁଁ ବୁଝିବ

କାହାର ଜାତି, ଗୋତ୍ର

କିଏ ରୋକିବ ତାକୁ

ଛୁଇଁଯିବାକୁ ସଭିଙ୍କୁ

ସମ ଭାବରେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics