Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ମାତୃଭାଷା

ମାତୃଭାଷା

1 min
180


   ସୁନ୍ଦର ଆମ ମାତୃଭୂମି

    ସୁନ୍ଦର ଆମ ମାତୃଭାଷା

   ସୁନ୍ଦର ଆମ ଜନ୍ମଭୂମି

     ସୁନ୍ଦର ଆମ ପରିଭାଷା ।

  

   ନଦ ନଦୀ ଆମ ସୁନ୍ଦର

    ପ୍ରଥା ପରମ୍ପରା ଆମ 

      କେଡେ ମହତ୍ତର

    ଆମ ଚଳଣି ଆମ ସଂସ୍କୃତି

     କେତେ ମହନୀୟ

    ଆମ ଜାତି କେତେ

     ମହାନ୍ ଓ ବନ୍ଦନୀୟ

    ମଧୁ ଗୋପବନ୍ଧୁ ଏ ମାଟି ସନ୍ତାନ

     ଯା ପାଇଁ ପୁଣି ଏ ମାଟି ମହାନ

      କେତେ ଘାତ ପ୍ରତିଘାତ ଦେଇ

     ସୃଷ୍ଟ ଆମ ଏ ଓଡିଶା

     ଆମ ପାଇଁ ବଡ ଆମ ମାତୃଭାଷା ।


    ଏ ମାଟି ସନ୍ତାନ କେତେ ଯେ ମହାନ

      ଭୀମ ଭୋଇ ପରା ଏ ଜାତି ସମ୍ମାନ

       ଜାତୀୟ କବି ବୀରକିଶୋର

      ଇଂରେଜ ଜାତିକୁ କଲେ ଥରହର

      ପଞ୍ଚସଖା ଥିଲେ ଏ ମାଟିର ମଣିଷ

       ଯା ପାଇଁ ଏ ମାଟି ବିଶ୍ଵେ ଗର୍ବିତ

      ବିଶ୍ଵେ ଥାଉ ଅବା ଯେତେ ଭାଷା

     ସବୁଠୁ ଶ୍ରେଷ୍ଠ ମୋ'ର ମାତୃଭାଷା ।


     ମୋ'ର ପରିଚୟ ମୋ' ଜାତି

      ମୋ ଭାଷାରୁ ମୋ ପ୍ରଦେଶର ସୃଷ୍ଟି

       ଏଇ ଭାଷା ମୋ'ର ବିଶ୍ଵାସ ଓ ଆଶା

     ମୋ ଜଙ୍ଗଲ ଜମି କୁହେ ମୋ ଭାଷା

     ମୋ ନଦ ନଦୀ ମୋ'ର ଆଶା ଓ ଭରସା

     ଶାନ୍ତି ମୈତ୍ରୀ ର ଅଟେ ପରିଭାଷା

     ବିନାଶ ବିଦ୍ଵେଷେ ନ ରଖେ ଭରସା

      ଏଇ ମାତୃଭୂମି ମୋ ମାତୃଭାଷା ।

   

     ହେଉ ପଛେ ମୋ ପ୍ରଦେଶ ଗରିବ

      ପେଟ ପାଇଁ କେବେ ଭିକ ନ ମାଗିବ

     ଉଡିଯାଉ ପଛେ ଏ ଜାତିର ହଂସା

      ସ୍ଵାଭିମାନ ଆତ୍ମସମ୍ମାନ ପାଶେ

      ନ ହୁଏ ସେ କେବେ ଲୋକହସା

    ଜାତିର ସମ୍ମାନ ମାଟିର ସମ୍ମାନ ପାଇଁ

    ଏ ଓଡ଼ିଆ ଜାତିଟା ଭୁଲେନା ତା ନିଶା

     ଖରା,ଶୀତ କାକର ଅବା ବରଷା

     ତା ମାଟି ମା କୁ କରି ଭରସା

      କଟାଏ ଏ ମାଟିର ସନ୍ତାନ ପାଇଁ

        ତା ଜୀବଦ୍ଦଶା

      ପଣ କରିଛି ସେ ମାଟି ମା ପାଇଁ

     ପ୍ରାଣ ବଳି ଦେଇ ବିତାଇବ ଜୀବନର ଆଶା

      କେତେ ଭାଷା କେତେ ପରିଭାଷା ନେଇ

     ଗଠିତ ଆମ ଏ ସମୃଦ୍ଧ ସମ୍ପନ୍ନ ମାତୃଭାଷା ।


   

    


    



Rate this content
Log in

Similar oriya poem from Abstract