STORYMIRROR

Prasanna kumar sahu

Inspirational

4  

Prasanna kumar sahu

Inspirational

ମାତୃଭାଷା ପ୍ରୀତି କାହୁଁ ଆସିବ

ମାତୃଭାଷା ପ୍ରୀତି କାହୁଁ ଆସିବ

1 min
372


ମାତୃଭାଷା ପ୍ରତି

ମମତା ହୃଦରେ

କାହୁଁ ସତରେ ଜନ୍ମିବ,

ପିତୃ ମାତୃ ଭକ୍ତି

ହୃଦୟୁ ଯଦି ହେ

ଉଭେଇଣ ଯାଇଥିବ ।


ଜନମ ଦାତ୍ରୀଙ୍କ

ମମତା ଟିକକ

ଯାହା ହୃଦୟରେ ନାହିଁ,

ମାତୃ ଭାଷା ପ୍ରତି

ମମତା ସେଠାରେ

କାହିଁକି ଖୋଜିବା ଭାଇ।


ପିତା ମାତା ସେବା

କରିବା ପାଇଁ କି

ସାମର୍ଥ୍ୟ ନାହିଁ ଯାହାର,

ସେ ମୁଢ଼ ଅଜ୍ଞାନ

କି ସେବା କରିବ

ନିଜର ମାତୃଭାଷାର।


ବୁକୁ ଚିରି ଯିଏ

ରକତ ନିଗାଡି

ମୋତେରେ ମଣିଷ କଲା,

ସିଏ ଆଜି ଅଟେ

ମୋ ପାଇଁ ରେ ପର

ହୃଦ ତାକୁ ଦୁରେଇଲା।


କିସ କରିଥିଲା

ମାତୃଭାଷା ମୋର

ଇଂରାଜୀରେ ଶିକ୍ଷା ମୋର,

ମାତୃଭାଷା କଥା

କାହିଁକି ଚିନ୍ତିବି

କେବେ ଥିଲା ସେ ନିଜର ।


ଇଂରାଜୀର ପଢା

ଇଂରାଜୀ ସଭ୍ୟତା

ମୋତେ ଦେଲା ପରିଚୟ,

ମାତୃଭାଷା ପ୍ରତି

ମମତା ସନ୍ଧାନ

ଖୋଜିବ କାହୁଁ ହୃଦୟ।


କିସ ଦେଇ ଅଛି

ମାତୃଭାଷା ମୋତେ

ଜନ୍ମରୁ ଅଜ୍ଞାନ୍ତ ମୁହିଁ,

ମାତୃ ଭାଷା କଥା

ହୃଦୟେ ଚିନ୍ତିବା

ପ୍ରଶ୍ନ ଯେ ଉଠିବ କାହିଁ।


ବିଦେଶୀ ଭାଷା ଯେ

ସହାୟକ ହେଲା

ମୋତେ ବଡ ହେବା ପାଇଁ

ବାପା ଯଦି ମୋର

ନିଜର ନୁହଇ

କକା କି ନିଜର ହୋଇ ।


ମୋର ସ୍ୱାର୍ଥ କଥା

ଚିନ୍ତା କରିବାକୁ

ବେଳ ନାହିଁ ମୋର ପାଶେ

ମାତୃଭାଷାର ଯେ

ଉନ୍ନତି ଚିନ୍ତିଲେ

ପଥର ଖଣ୍ଡିକ ହସେ ।


Rate this content
Log in

Similar oriya poem from Inspirational