STORYMIRROR

rasmi maye pati

Inspirational

3  

rasmi maye pati

Inspirational

ମାତୃଭାଷା ଦିବସ

ମାତୃଭାଷା ଦିବସ

1 min
329


ଦେହ ଟି ଓଡ଼ିଆ ହେଲେ

  ଆତ୍ମା ମାତୃଭାଷା

ମାତୃଭାଷା ଅବହେଳେ 

ଆତ୍ମା କୁ ହିଁ ନିନ୍ଦା।।।

ନିଜ ଭାଷା ଅଜ୍ଞ ଥାଇ 

  ବିଦେଶୁ ଫେରନ୍ତି

ଚଢ଼ି ଗଲା ପିମ୍ପୁଡ଼ି ଟି 

  ରୁଖା ରେ ଯେମିତି।।।

ଇଂରାଜୀ ହିନ୍ଦୀ ରେ ବୀଣା

  ନିଜ ଭାଷା ଅନ୍ଧ

ଅତି ଆଡା ଟିପ ଚିହ୍ନ

  ତାହା ଙ୍କ ସଦୃଶ।।।

Hello,,Hi,, ଛୁଙ୍କ ଦେଇ

  ଖଣ୍ଡି ମାତୃଭାଷା

ବେଲାଜ୍ୟା ର ଶେଷ ସୀମା

  ସେ ହିଁ ଲୋକ ହସା।।।

ତାଙ୍କ ଦେହେ ବାଜି ଗଲେ 

ବିଦେଶୀ ସଂସ୍କୃତି

ସାରୁ ବୁଦା ମୂଳେ ବେଙ୍ଗ 

  ଭାବନ୍ତି ଯେମିତି।।।

ବିଦେଶୁ ଫେରିଲା ବାବୁ 

  ଘରେ ପାଦ ଦେଲା

କାଲା ଆଗେ ଭାଡୁ ଭାଡୁ 

ମୂଳା ଚୋବାଇଲା ।।।

ଏବେ ବି ସମୟ ଅଛି 

  ଚିହ୍ନ ଦୁଇ ମଣି

ମାତୃଭୂମି ମାତୃଭାଷା 

 ଉଭୟେ ଜନନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational