STORYMIRROR

Kalish Chandra Parhi

Inspirational Others

3  

Kalish Chandra Parhi

Inspirational Others

ମାତୃ ବନ୍ଦନା

ମାତୃ ବନ୍ଦନା

1 min
14.1K


ଜୟ ଜୟ ହୈମବତୀ

ହର ମତି ହରି ପତି

ରୂପେ ବରି ମହାସତୀ

ଲଭି ତୃପତି,

କୈଳାସ କନ୍ଦରେ- ସ୍ଥିତି

କଲ ମାତ ଜଗଦ୍ଧାତ୍ରୀ

ହରିବାକୁ ଭବେ ଦୀନ

ଜନ ଦୁର୍ଗତି ।

ଅବନୀର ଆଦି ଶକତି,

ତୋ କରୁଣା ବିନା କାର

ନାହିଁଟି ଗତି।

ସୂର ନରାଦି ଅସୁର

ଗନ୍ଧର୍ବ ଆଦି କିନ୍ନର

ଗ୍ରହ ନକ୍ଷତ୍ରାଦି ଭବେ

ଅଛନ୍ତି ଯେତେ,

ସବୁରି ହୃଦୟେ ମାତ

ଅଛ ତୁମ୍ଭେ ବିରାଜିତ

ସର୍ବେ ତୋ ଆଜ୍ଞାରେ

ଚଳୁଛନ୍ତି ନିରତେ,

ମୁଁ ଛାର ବର୍ଣ୍ଣିବି କେମନ୍ତେ

ମାୟା ଯାର ଅଗୋଚର

ବ୍ରହ୍ମାଣ୍ଡ ହିତେ।

ସୃଷ୍ଟି ଆଦ୍ୟାକୁଂର ତୁହି

ତୋବିନୁ କେ ଆନ ନାହିଁ

ସୃଷ୍ଟି ସ୍ଥିତି ପ୍ରଳୟକୁ

ଏକାତୁ ସାହା,

ନିର୍ବାଣ ପଥକୁ ମାତ

ତୁହି ଏକା ମୂଳ ମନ୍ତ୍ର

ସକଳ ଜୀବ ଆଧାର

ତୁହି ଗୋ ମା'

ସଂକଟ କାଳରେ ତୋ ନାଆଁ

ସ୍ମରନ୍ତେ ଅଭୟପଦ

ଦେଉ ଗୋ ମାଆ।

କୃଷ୍ଣ ଆତ୍ମଜ ବୋଲଇ

ମା’ ଗୋ କରୁଣାମୟୀ

କରୁଣା କଟାକ୍ଷ ଫେଇ

ଚାହଁ ଗୋ ବାରେ,

ଲଭି ତବ କୃପାଶିଷ

ଭବେ ଅରଜିବି ଯଶ

ପ୍ରାଣ ବିସର୍ଜିବି ପାଦ

ପଦ୍ମ ସେବାରେ,

ଚାହଁ କୃପା ଲୋଳ ନେତ୍ରରେ

ଦୁଃଖ ହାରୀ ମମ ଦୁଃଖ

ହର ଗୋ ବାରେ।

କୈଳାସ ଚନ୍ଦ୍ର ପାଢୀ।

ସା/ପୋ:-କୁମାରପୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational