Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ମାତା ମହାଗୌରୀ

ମାତା ମହାଗୌରୀ

1 min
369



ଅବତାର ଅଷ୍ଟମ

ଅବତରି ଧରାଧାମ

ମହାଗୌରୀ ନାମେ ପରିଚିତା.

ଶାନ୍ତ କମନୀୟ ରୂପ

ତେଜେ ବଳି ମହାଦୀପ

ଆସ ମାତା ହୋଇ ଚତୁର୍ହସ୍ତା. l

ଅପରୂପ ମୁଖ ଜ୍ୟୋତି

ଟଳିବେ ଅସୁର, ଯତି

ସେଥିପାଇଁ ମହାଗୌରୀ ନାମ୍ନୀ.

ବୃଷଭ ବାହନେ ଅବା

ଆସ ହସ୍ତୀର ବାହନେ

ଧରା ପୃଷ୍ଟେ ତିଥିରେ ଅଷ୍ଟମୀ. l

ଚତୁର୍ହସ୍ତେ ଆଶୀର୍ବାଦ

ଭରିଦିଅ ଭକ୍ତ ହୃଦ

ତ୍ରିଶୁଳ ଡମ୍ବରୁ ହସ୍ତେ ଧରି.

ବାତ୍ସଲ୍ୟ ମମତାମୟୀ

ଅବତର ଭକ୍ତପାଇଁ

ଆଶିଷ ଦାୟିନୀ ମାତା ଗୌରୀ. l

ପୁରପଲ୍ଲୀ ହସି ଉଠେ

ଉତ୍ସବ ମୁଖର ପୀଠେ

ନୂଆ ଉନ୍ମାଦନା ଯାଏ ଭରି.

ଶରଦ ଆକାଶେ ଶଶୀ

ବଉଦ ଉହାଡ଼େ ଲୁଚି

ଦେଖୁଥାଏ ତୁମ ଶୋଭା ଶିରୀ. l

ଅଷ୍ଟମୀ ତିଥି ନିଶିରେ

ମୃଣ୍ମୟୀ ମୂର୍ତ୍ତି ରୂପରେ

ପୂଜା ପାଅ ମାତା ମହା ଗୌରୀ.

ଶ୍ରୀଫଳ ନୈବେଦ୍ୟ ହୁଏ

ନାନା ଫଳଫୁଲ ଥାଏ

ହସୁଥାଏ ମାତା ବସୁନ୍ଧରୀ. l

    


Rate this content
Log in

Similar oriya poem from Inspirational