STORYMIRROR

Kalandi pal

Inspirational

3  

Kalandi pal

Inspirational

ମାତା କାଳରାତ୍ରୀ

ମାତା କାଳରାତ୍ରୀ

1 min
343


ନମସ୍ତୁତେ ଚଣ୍ଡୀ ମାତା

   ଚଣ୍ଡୀକା ଭୈରବୀ ନାମ୍ନୀ.

ନବଦୁର୍ଗା ନବରାତ୍ରେ

   କଳରାତ୍ରୀ ରୂପ ଘେନି. ll


ସପ୍ତମୀ ନିଶିରେ ମାତା

    କଳା ନାଲି ପରିହିତା.

କାଳୀ କପାଳୀ ମହାକାଳୀ

    କାଳିକା ନାମେ ବିଦିତା. ll


ବିକଟାଳ ରୂପେ ମାତା

   ଛିନ୍ନ ମସ୍ତକ ଧାରିଣୀ.

ଧର୍ମ ସ୍ଥାପନା କାରିଣୀ

   ଅଧର୍ମ ବିନାଶ କାରିଣୀ. ll


ପୂଜା ପାଅ ପୀଠେ ପୀଠେ

    ମାତା ଗଦ୍ଧର୍ଭ ବାହିନୀ.

ଚତୁର୍ହସ୍ତି ମହାମାୟୀ

    ଖଣ୍ଡା ଖର୍ପର ଧାରିଣୀ. ll


ଯୁଗେ ଯୁଗେ ନବରାତ୍ରେ

    କାଳରାତ୍ରୀ ରୂପେ ଜନନୀ.

ଦାନ୍ତୁରିତ ତୀକ୍ଷଣ ରୂପେ

    ତୀକ୍ଷଣ ଅସ୍ତ୍ର ହସ୍ତେ ଘେନି. ll


ଘେନ ପ୍ରଣିପାତ ମୋର

    ପାଦେ ଶରଣ ଜନନୀ.

ଧର୍ମ ପଥେ ଜଗତକୁ

    ନିଅ ସଙ୍କଟ ହାରିଣୀ. ll


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational