STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ମାର୍ଗଦର୍ଶକ ଗଣିତ

ମାର୍ଗଦର୍ଶକ ଗଣିତ

1 min
207


ଜୀବନ ଗଣିତ କରୁ କରୁ

ଯୁଗ୍ମ ଅଯୁଗ୍ମର ସଂଖ୍ୟା

ଜୀବନ ଗଣିତ କଷୁ କଷୁ

ଯୌଗିକ ଭଗ୍ନାଂଶ ବାଖ୍ୟା 

ଜୀବନ ହରଣ ହରୁ ହରୁ

ଭାଗଶେଷ ଭଗଫଳ ଶିକ୍ଷା

ଜୀବନ ଗୁଣନ ଗୁଣୁ ଗୁଣୁ

ଲବ ସାଥେ ହର ଦୀକ୍ଷା

ଜୀବନ ମିଶାଣ କରୁ କରୁ

ଜୀବନେ କେତେ ପରୀକ୍ଷା

ଜୀବନ ଫେଡ଼ାଣ ଫେଡୁ ଫେଡୁ

ଜୀବନ ବିବିଧତା ତିତିକ୍ଷା

ଜୀବନ ଜ୍ୟାମିତି ବୃତ୍ତ ପରିମିତି

ବ୍ୟାସ ଜ୍ୟା ଚାପ ସମୀକ୍ଷା

ଜୀବନ ବୃତ୍ତାନ୍ତ ଭିତରେ ଗଣିତ

ଆଣେ ସାହିତ୍ୟ ସୁରକ୍ଷା

ଗଣିତରେ ସାହିତ୍ୟ ଉପକ୍ରମଣିକା

ଉପସଂହାର ପକ୍ଷ ପକ୍ଷା ଚରଖା 

ଜୀବନ ଗଣିତ ଜନ୍ମରୁ ଜୁଇ

ଦେଇଥାଏ ନୀତିଶିକ୍ଷା

ଜୀବନ ଗଣିତ ସରଳ ସମାଧାନ

ଜଗନ୍ନାଥଙ୍କୁ ଖାଲି ଅପେକ୍ଷା

ଜୀବନ ଗଣିତ ଅମୂଲ ମୂଲ

ଧୂପ ଝୁଣା ନୈବେଦ୍ୟ ଦୀପ ଶିଖା

ଜୀବନ ଗଣିତ କହେ ସଦା ସତ

ନଶ୍ୱର ଦେହ ଇଶ୍ୱର ନେଲେ ଆଉକି

ହେବ ଏ ଜୀବନେ ଦେଖା

ମିଛ ସବୁ ଗାଣିତିକ ସମୀକରଣ ସୂତ୍ର

ଇର୍ଷା ରାଗ ଦ୍ୱେଷ ପ୍ରତାରଣା ଧୋକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract