Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମାର୍ଚ୍ଚ ଆଠ ମାତ୍ର ମହିଳା

ମାର୍ଚ୍ଚ ଆଠ ମାତ୍ର ମହିଳା

1 min
9



ମାର୍ଚ୍ଚ ମାସ ଆଠ ତାରିଖରେ ପର୍ବ

ମାତ୍ର ଗୋଟିଏ ଦିନ

ଉତ୍ସାହ ସହିତ ସୁଦୀର୍ଘ ଭାଷଣ 

ମହିଳା ଆମ ସମ୍ମାନ

ବିକାଶ ପ୍ରଗତି ପଠନ ଶ୍ରବଣ

ସଭା ସମିତିର ଦିନ

ଜୟ ଜୟ ଧ୍ୱନି ମାତ୍ର ସେଇ ଦିନ

କମ୍ପେ ଗଗନ ପବନ

ଜ୍ଞାନୀ ମୁଖେ ମାତୃ ରୁପେଣ ସଂସ୍ତିତା 

ମହିଳା ମା ସମ୍ବୋଧନେ

ହୁଏ ଫୁଲ ମାଳ ଅର୍ପଣ ବିନମ୍ରେ

କଣ୍ଠ ଥରିବା ଭାଷଣେ 

ଅର୍ଦ୍ଧ ରାତ୍ରୀ ଯାଏଁ ଚାଲେ କାର୍ଯ୍ୟକ୍ରମ

ପ୍ରଶଂସା ପତ୍ର ବଣ୍ଟନ

ଭିନ୍ନ ଭିନ୍ନ କ୍ଷେତ୍ରରେ ପାରଦର୍ଶିତା

ପ୍ରମାଣ ପତ୍ର ପ୍ରଦାନ

କ୍ରମଶଃ ମଞ୍ଚରେ ବହଳ ଅନ୍ଧାର 

ଶୁନଶାନ୍ ରାସ୍ତା ଘାଟ

ଅଜଣା ଭୟ ବି ପାଖେ ପାଖେ ଅଛି

ଅବା ପେଟ ପାଇଁ ନାଟ 


ସକାଳୁ ଖବର କାଗଜ ଖୋଲିଲେ

ମହିଳା ପ୍ରଗତି କଥା

ମହିଳା କେତେ ବିକଶିତ ହୋଇଛି

ମହିଳା ଦିବସେ ଗାଥା

ତା ' ପର ପୃଷ୍ଠାରେ କନ୍ୟା ଭ୍ରୁଣ ନଷ୍ଟ

ନାବାଳିକା ବଳାକ୍ରାର

ଦିନ ଦ୍ବିପହରରେ ଦୁଷ୍କର୍ମ ପରେ

ପୀଡ଼ିତା କରେ ଚିକ୍ତାର

ପେଟ ପାଇଁ ଦେହ ବିକା ନୂଆ ନୁହେଁ

ସତେ ଅବା ପରମ୍ପରା

ପୁରୁଷ ପଣିଆ ସାର୍ଥକ ଲଭୁଛି

କଳୁଷିତ ଚିନ୍ତାଧାରା


ଉପଭୋଗ୍ୟ ବସ୍ତୁ ଯିଏ ବା ଭାବୁଛି

ତା' ର ମା' ଅଛି ନିହାତି

ଭଗ୍ନୀ, କନ୍ୟା,ପତ୍ନୀ ନ ଥାଇ ବି ପାରେ

ମା ଭୋଗ୍ୟ ହେବ କେମିତି!!

ଦୁର୍ବଳ ଆଉ ହୀନ ମାନସିକତା

ଘେରରେ ମନ୍ଦ ବୁଦ୍ଧିଆ

ଲୋଲୁପ ଦୃଷ୍ଟିରେ ଦେଖେ ମହିଳାଙ୍କୁ

ସ୍ବାର୍ଥ ପୁରୁଷ ପଣିଆ


ଆଧୁନିକ ମହିଳା ବି କମ୍ ନୁହେଁ

ଅଧା ଲଙ୍ଗଳା ବେଶରେ

ପାଶ୍ଚାତ୍ୟ ସଭ୍ୟତା ର ଦ୍ୱାହି ସହିତ

ସଂସ୍କାର ନାହିଁ ମନରେ

ଶିଶୁ କନ୍ୟା ଭ୍ରୁଣ ନଷ୍ଟ ହେଉଅଛି

ଯଦିଓ ନାରୀ ଶିକ୍ଷିତା

ନାରୀ ସ୍ଵଂୟ ନାରୀ ଚରିତ୍ରର ଶତ୍ରୁ

ହଜିଛି ମାନବିକତା

ଯଦି ନିଜେ ମାଆ ଓ ଶିକ୍ଷିତା ହୋଇ

କନ୍ୟା ଭ୍ରୁଣ ଚାହୁଁ ନାହିଁ

ଏ ନାରୀ ଜାତି ର ସୁରକ୍ଷା ନିମନ୍ତେ

କିଏ ବା ଆସିବ ଧାଇଁ !!

ଲୁହାକୁ ଲୁହା ରେ କାଟିବା ପରାୟେ 

ବୋହୁ କୁ ଶାଶୁ ର ଶୋଷଣ 

ଭାଇ ଭାଉଜ ,ପୁଅ ବୋହୁ ହସା ହସି

ମା-ଭଉଣୀ ହୀନିମାନ

ପ୍ରତି ନାରୀ ପ୍ରାପ୍ତ ହେଲେ ଅଧିକାର

ସାର୍ଥକ ନାରୀ ଦିବସ

ନାରୀ ପ୍ରତି ନାରୀ ସୁ-ସମ୍ପର୍କ ଭାବ

ସର୍ବତ୍ର ଶାନ୍ତି ପ୍ରକାଶ


ପରିସ୍ଥିତି ଯାହା ହୋଇଛି ବା ହେଉ

ସ୍ୱର ଉତ୍ତୋଳନ ହେଉ

କନ୍ୟା ଭ୍ରୁଣ ହତ୍ୟା ପରି ଘୃଣ୍ୟ କାମ

ସମାଜରୁ ଲୋପ ହେଉ

ପ୍ରତ୍ୟହ ମହିଳା ଦିବସ ପାଳନ

ପ୍ରତି ଘରେ ଘରେ ହେଉ

ଆତ୍ମନିର୍ଭରଶୀଳତା ମନ୍ତ୍ର ସହ

ଆତ୍ମ ରକ୍ଷା ଶିକ୍ଷା ରହୁ



Rate this content
Log in

Similar oriya poem from Abstract