STORYMIRROR

Santosh Mishra

Tragedy

3  

Santosh Mishra

Tragedy

ମାଂସ

ମାଂସ

1 min
220

ରବିବାର ଦିନ ପ୍ରାତଃ ଭ୍ରମଣରେ

ଯାଦୁକର ଟିଏ ଦେଖିଲା,

ହଠାତ୍ ସେ ମୋତେ ମନ୍ତ୍ର ଫୁଙ୍କି ଦେଇ

ଛେଳିଟିଏ କରି ଦେଲା ।୧।


ମୋ ଯୋଗସୂତ୍ରକୁ ସବୁ ଛେଳିମାନେ

କଂସେଇ ଖାନା ଯାଆନ୍ତି,

ଦୁଇ ନାବାଳକ ପିଟି ପିଟି କରି

ଗୋଠରେ ମୋତେ ମିଶାନ୍ତି ।୨।


ଗୋଠରେ ମୁଁ ଜମା ମିଶିଲିନି ବୋଲି

ଆଗ ମୋତେ ଧରିନେଲେ,

ମୋ ଗୋଡ଼ ହାତକୁ ଜାବୁଡ଼ିକି ଧରି

ତଣ୍ଟି ଟାକୁ କାଟିଦେଲେ ।୩।


ମୋର ଶରୀରରୁ ଚମଡ଼ା ଛଡେଇ

ପୁଟାକୁ କାଢ଼ିଲେ ଯାଇ,

ଛେଳି ଲେଣ୍ଡି ଜମା ନଥିଲା ଭିତରେ

ଚାହା ଟିକେ ଥିଲା ଭାଇ ।୪।


ଏଣେ ମୋ ଚାକର କହେ କଂସେଇକୁ 

ଆଗ ମୋତେ ଦେଇ ଦେବ,

ପଛ ଫଡ଼ିଆ ଓ କଲିଜା ସହିତ

ଦେଢ଼ କିଲୋ ତୋଳି ଦେବ ।୫।


ଖଣ୍ଡ ଖଣ୍ଡ କରି କାଟିଲେ ମାଉଁସ

ସବୁ ପାରୁ ଥିଲି ଜାଣି,

ବୁଲିବାକୁ ମୁହିଁ ଖୁସିରେ ଯାଇଛି

ଜରିରେ ଫେରିଲି ପୁଣି ।୬।


ଏଣେ ଧର୍ମ ପତ୍ନୀ ହଳଦୀ ତେଲରେ

ମାଉଁସକୁ ଦେଲେ ଲଗେଇ,

ଜ୍ଵଳା ହେଉଥିଲା ପ୍ରତି ମାଂସ ଖଣ୍ଡ

ଜମା ସହି ହୁଏ ନାହିଁ ।୭।


ଗାଳି ଦେଇ କହେ ଗପୁଡା ମଣିଷ

ଏଠି ସେଠି ଗପୁଥିବେ,

ରୋଷେଇ ମୋହର ଟିକେ ଡେରି ହେଲେ

କେତେ କଥା କହୁ ଥିବେ ।୮।


କେମିତି କହିବି ଶବ୍ଦ ବାହାରୁନି

ବସନାରୁ ଦିଅ ଚିହ୍ନି,

ଏ ମୋର ମାଂସରେ ମୋ ପାଇଁ ରୋଷେଇ

ପ୍ରିୟତମା କରନାହିଁ ।୯।


ମସଲା କସିକି ମାଉଁସକୁ ମୋର

ଦେଲା କୁକରରେ ଭରି,

ଗରମ ନିଆଁରେ ସନ୍ତୁଳିକି ମୋତେ

ଢ଼ାଙ୍କୁଣୀଟା ଦେଲା କିଳି ।୧୦।


ତେଲ, ବାଷ୍ପ, ଲଙ୍କା, ମସଲା, ପିଆଜ

ଭିତରେ ଗଲି ମୁଁ ଫାଟି,

ସମ୍ଭାଳି ନ ପାରି କରିଲି ଚିତ୍କାର

ଏଣେ ବାଜିଗଲା ସିଟି ।୧୧।


ଭାଙ୍ଗି ଗଲା ନିଦ ଦେଖିଛି ସପନ

କୁକର ଭିତରେ ଥିଲି,

ଏଣିକି ମାଉଁସ ସୁଆଦ ଲାଗଇ

କହିବାଟା ଭୁଲି ଗଲି ।୧୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy