ମାନସ ହଂସ ମୋ
ମାନସ ହଂସ ମୋ
ତୁମ ପ୍ରେମ ରସେ ଏ ଜୀବନ ଭାସେ
ନିତି ନାମ ହୁଏ ଗୁଣି.
ତୁମ ବିନା କିଛି ଜାଣେନା ମୁଁ ଏଠି
କରି ହୃଦେ ମୁକ୍ତାମଣୀ.!!
ମାନସ ହଂସ ମୋ ମନ ସରୋବରେ
ନିତି ତୁମର ବିହାର.
ତୁମ ଦରଶନ କରିବାକୁ ମନ
ଖୋଜୁଥାଏ ନିରନ୍ତର.
ଦେଖା ତ ଦିଅନା ଏ ନୟନେ ସିନା
କପଟ କାହିଁ କେଜାଣି.!!
ଦୃଦୟ ମନ୍ଦିର ଦ୍ୱାର ଖୋଲା ମୋର
ଆସ ଆସ ଚୂଡ଼ାମଣି.
ପୂଜୁଛି ଅନ୍ତରେ ଅତି ଭକ୍ତିଭରେ
ନ ହୁଅ ବିମୁଖ ଜାଣି.
ଭକତର ମନ ଭକ୍ତ ପ୍ରାଣ ଧନ
ଭକ୍ତ ହୃଦ ମୁକ୍ତାମଣୀ.!!