STORYMIRROR

arun sahoo

Abstract Inspirational Others

3  

arun sahoo

Abstract Inspirational Others

ମାଣଓଷା

ମାଣଓଷା

1 min
344

ଆଜି ମାଣଓଷା ଗୁରୁବାର

ସକାଳୁ ତରତର 

ଆଜି ମାଣଓଷା ଗୁରୁବାର 

ରାତି ନ ପାହୁଣୁ ସଅଳ ସଅଳ

ଝୋଟି ଚିତା ଆଉ ଗୋବର ଛଟାରେ

ଦୁଆର ଦାଣ୍ଡରେ ମୁରୁଜ ଛଟାରେ

ପୂଜା ପାଇଁ ପ୍ରକାଶ କରି

ତରତର ହୋଇ ଗଲି ଗାଧୋଇ

ଶୁକ୍ଳଧାନର ମେଣ୍ଟା କରି ସ୍ଥାପନ

ନାଲି କନାର ଓଢ଼ଣୀ ଦେଇ

ଲକ୍ଷ୍ମୀ ଠାକୁରାଣୀଙ୍କ ବିଧାନ କରି

ହୁଳହୁଳି ଦେଇ ବ୍ରତ ପାଳନ କରି

ପଢ଼ିଲି ପୁରାଣ ପାଠର ଆସର

ଖିରି ମଣ୍ତା ଆଉ କାକରା ଚକୁଳି

ମା ପାଖେ ଲାଗି କରି

ମଗୁଶୁର ମାସ ଗୁରୁବାର ସକାଳ

ନିଷ୍ଠା ଶୁଦ୍ଧପୁତ ସହିତ

କଲି ସମାପନ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract