ମାଁଙ୍କ ଆଗମନୀ
ମାଁଙ୍କ ଆଗମନୀ
ଶାରଦ ଆକାଶେ
ଜ୍ୟୋଛନା ପ୍ରକାଶେ
ଭାସି ଭାସି ଭାସି ଆସେ ଆନନ୍ଦ ।
ଶାରଦ ସମ୍ଭାରେ
ପୁର ପଲ୍ଲୀଦ୍ବାରେ
ହସି ହସି ହସି ନାଚେ ଉନ୍ମାଦ ।
ଭକତ ଡାକେ ତା
ଉଛୁଳା ପ୍ରାଣର
ସରସ ହରସ ଧାରା ମୁଖରେ ।
ସେ ପୀୟୁଷ ପାନେ
ସନ୍ତାନ ବିଭୋର
ତୋର ନାମ ଘୋଷେ ସାରା ପୃଥ୍ବୀରେ ।
ଶ୍ୟାମଳ ପାହାଡ
ତୁଷାର ର ମେଢ
ମୁକୁଟ ଶୋଭେ ମସ୍ତକେ ତୋହର ।
ଧରା ର ଅଂଗରେ
ଭରା ତୋ ରଂଗ ରେ
ଆନନ୍ଦେ ଶିରି ଝଟକେ ମହିର ।
ଶରତ ତଟିନୀ
ନୀଳ ନୀରବେଣୀ
ନିଳ ଗଗନରେ ତଳେ ସୁନ୍ଦର ।
ଦୁର୍ଗାମୟୀ ଅୟି
ନିଳ ଦରଶନା
ଚାହିଛୁ ଗରବ ଭରେ ମନର ।
ସୁନିଳ ନିର୍ମଳ
ତଟିନୀ ର ଜଳ
ଅଜଣା ଅମିୟ ରଶ ତାହାର ।
କୁମୁଦ କହ୍ଲାର
ବଢାନ୍ତି ସମ୍ଭାର
ଶତ ସୁଷମାର ଖଣି ରୁତୁର ।
ସ ସାଗରା ଧରା
ସ୍ବଚ୍ଛ ସ୍ନେହ ଭରା
କେତେ ଯେ ଆନନ୍ଦ ଭାସେ ଏଠାର ।
ଆସ ଗୋ ଜନନୀ
ଆନନ୍ଦ ରୁପିଣୀ
ଆହୁରି ଆନନ୍ଦ ବରଷା କର ।
ତବ ପଥ ଚାହିଁ
ଗୋ ଆନନ୍ଦ ମୟି
ଅତ୍ୟନ୍ତ ଭାବୁକ ଭକ୍ତପ୍ରବର ।
ମା ଦୁର୍ଗା ଭବାନୀ
ରୁଦ୍ରଂକ ଶିବାନୀ
ପୁଜା ପାଇଁ ଖୋଜେ ତାର ଅନ୍ତର ।