STORYMIRROR

Kusum Panda

Inspirational

3  

Kusum Panda

Inspirational

ମାଣବସା

ମାଣବସା

1 min
257


ମାର୍ଗଶିର ମାସେ ଗୁରୁବାର ଯେତେ

ମାଣବସା ପୂଜା କରନ୍ତି ଯେ କେତେ।


ଏହା ଅଟେ ମାଆ ଲକ୍ଷ୍ମୀଙ୍କ ଦିନଟି

ସବୁ ନାରୀମାନେ ଉଠିଣ ଝଅଟି।


ପୂଜା ଅର୍ଚ୍ଚନାରେ ମାଆଙ୍କୁ ସୁମରି

ନୂଆ ଶୁକ୍ଳ ବସ୍ତ୍ର ପରିଧାନ କରି।


ଅଡ଼ା ଗୌଣିକୁ ବନ୍ଦାଇଣ ଥୋଇ

ସକାଳ ଧୂପର ଫଳ ମୂଳ ଦେଇ।


କେତେ ପ୍ରକାରର ଖାଦ୍ୟ ବ୍ୟଞ୍ଜନରେ 

ଲାଗି ପଡିଥାନ୍ତି ଖୁସି ଆନନ୍ଦ ମନରେ।


ଦଶ ପ୍ରକାରର ପିଠା ଘୃତରେ ତିଆରି

ଭିନ୍ନ ଭିନ୍ନ ସ୍ଵାଦ ରୂପେ ତରକାରୀ ।


କନ୍ଦମୂଳ ଆମ୍ବିଳର ,ବଡିର ମହୁରୀ

ନାନାଦି ପରିବା ବ୍ୟବହାର କରି।


ଶଙ୍ଖୁଡ଼ି ଭୋଗ କରନ୍ତି ଯେ ପୁଣି

ଫୁଲରେ ପ୍ରସନ୍ନା ଦେବୀ ସୁଲକ୍ଷଣୀ।


କୃପା ହୋଇ ଘରେ ବିଜେ ଯେ ହୁଅନ୍ତି 

ଶୁକଳ ଦଶମୀ ଗୁରୁବାର ତିଥି।


ସୁଦଶା ବ୍ରତ କରିଥାନ୍ତି ଭଲେ

ଏହି ଦିନ ବ୍ରତ ଅନୁସାରେ କଲେ।


ମହାଲକ୍ଷ୍ମୀଙ୍କର ଦଶଟି ନାମରେ

ଦଶ ଗୋଟି ଗଣ୍ଠି ପକାଇ ବ୍ରତରେ।


ଦଶ ମଣ୍ଡା ପିଠା ତିଆରି ଶୁଦ୍ଧିରେ

ହରପ୍ରିୟା ନିଜେ ଗୃହର ମନ୍ଦିରେ।


ପ୍ରବେଶି ଖୁସିରେ ବର ଦେଇଥାନ୍ତି

ଧନ ପ୍ରଦାନ ଯେ ବର୍ଷା କରିଥାନ୍ତି ।


ମାସକରେ ଗୁରୁବାର ଲକ୍ଷ୍ମୀ ମାଣବସା

ଶେଷ ଗୁରୁବାରେ କରନ୍ତି ଶୁଭେଚ୍ଛା।


ଧନ ଗୋପ ଲକ୍ଷ୍ମୀ ଭରପୁର ହୋଇ

ମାଆ ଦେଇଥାନ୍ତି ଖୁସିମନ ପାଇ।


ଏହା ଥିଲା ଆମ ମାଣବସାର ଆହୂଜା

ଘରେ ଘରେ ନାରୀ କରିବେ ଏ ପୂଜା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational