ମାଣବସା
ମାଣବସା
ଶୁଭ ମାଣବସା ଆସିଛି ଶୁଭକାମନା ନେଇ,
ମାଆ ଲକ୍ଷ୍ମୀଙ୍କର ଆଶିଷ ଆମେ ପାଇବା ପାଇଁ।1।
ଗୃହ ପରିଷ୍କାର ସହିତ ଆଚରଣେ ଶୁଦ୍ଧତା,
ମାତୃପିତୃ ପୂଜା କରିଲେ ହେବା ଜଗତଜିତା।2।
ପୁରୁଷାର୍ଥ କରି ସମ୍ପତ୍ତି ନିତି ଗୃହେ ସାଇତା,
ମାନବପଣିଆ ଦେଇଛ ଆହେ ବିଶ୍ୱକରତା।3।
ସମଦର୍ଶି ଭାବ ରହିଲେ ଲକ୍ଷ୍ମୀ କୃପା କରନ୍ତି,
ପରିବାର ମଧ୍ୟେ ସନ୍ତୋଷ ନ ହୋଇବ ବିପତ୍ତି।4।
