STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମାଣବସା ଗୁରୁବାର

ମାଣବସା ଗୁରୁବାର

1 min
338


ହେମନ୍ତର ସବାରୀରେ

କାକରର ପରଶେ ମଣି

ମାଣିକ୍ୟ ଖୋଦିତ ସବାରୀର 

ସୁ ସଜ୍ଜିତ ଘାସ ଗାଲିଚାର

ଆଲଟ ଚାମରରେ ଏ ଧରା

ପୃଷ୍ଠକୁ ଥିରି ଥିରିପାଦ ପକାଇ

ଓଲ୍ଲାଇ ଆସେ ମାର୍ଗଶୀର 

ସାଙ୍ଗରେ ନେଇ ଆସେ

ଶିମନ୍ତିନୀର ବର୍ଷ ସାରା

ପ୍ରତିକ୍ଷାର ପର୍ବ ମାର୍ଗଶୀର

ମାସ ମହାଲକ୍ଷ୍ମୀଙ୍କର

ଅତି ସରାଗ ମାଣବସା

  ଗୁରୁବାର

ଗୃହିଣୀ ପାଇଁ ହର୍ଷ ଉଲ୍ଲାସ

ସହ ଅରୁଆ ଚାଉଳର ବଟା

ଝୋଟିର ସମ୍ଭାରେ ଚୁପି ଚୁପି

ପାଦ ଥାପି ଆସନ୍ତି ମା ଲକ୍ଷ୍ମୀ

ସେହି ଦିନ ବଢି ଭୋରୁ ଉଠି

ବୋହୁ ଭୁଆଷୁଣୀ ମାନେ

ଏକ ବର୍ଣି ଗାଇର ଗୋମୟ

ଆଣି ଦାଣ୍ଡ ବାଡ ଲିପା ପୋଛା

କରି ସାତ ତାଳ ପଦ୍ମ ଝୋଟିର

ସମ୍ଭାର ବୁଣି ଦିଅନ୍ତି

କଦଳୀ ପତ୍ରରେ ବାଳ ଭୋଗ

ସହ ଦଶ ପୁର ଦିଆ ମଣ୍ଡା

ସହ ଖିରି ପୁରୀ ଆରିଷା

କାକରା ବାଢି ଦିଅନ୍ତି ମହା

ଲକ୍ଷ୍ମୀ ମା ଆସି ସୁ ସଜ୍ଜିତ

ଖଟୁଳିରେ ବସନ୍ତି ମାଣରେ

ଧନ ଦରବ ଅନ୍ନବସୄରେ

ଭରି ଦିଅନ୍ତି

ଶ୍ରୀୟା ଚଣ୍ଡାଳୁଣୀ ଏପୂଜା କରି

ପୁରାଣ ରେ ବିଖ୍ୟାତ ହୋଇଛି

ବ୍ରାହ୍ମଣ ଠାରୁ ଚଣ୍ଡାଳପର୍ଯ୍ୟନ୍ତ

ସଭିଏଁ ଏ ପୂଜା କରନ୍ତି

ଏ ପୂଜା ପରେ କଥିତ ଅଛି

ପ୍ରଭୁ ମହାଲକ୍ଷ୍ମୀଙ୍କୁ ଚଣ୍ଡାଳୁଣୀ

ଆଖ୍ୟା ଦେଇ ଥିଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational