STORYMIRROR

Gangotri Priyadarshini

Classics

3  

Gangotri Priyadarshini

Classics

ମାଣବସା ଗୁରୁବାର

ମାଣବସା ଗୁରୁବାର

1 min
361


ସାଗର ଦୁଲଣୀ ପ୍ରିୟ ମାଣବସା ଗୁରୁବାର 

ଘରେ ଘରେ ପୁଜୁଥାନ୍ତି ଉତ୍କଳୀୟ ନାରୀବର

ଧନ୍ୟ ଧାନ୍ୟ ଐଶୋର୍ଯ୍ୟ ଆଶା ସ୍ତିରୀ ମନାସେ

ସୁଖ ଶାନ୍ତି ସନ୍ତାନରେ ବିତେ ଜୀବନ ଉଲ୍ଲାସେ !!


ଦୟା କ୍ଷମା ବାତ୍ସଲ୍ୟ ରେ ବିଭୂଷିତା ପ୍ରତିମା

କେ ବଖାଣି ପାରିବ ଜଗତ ମାତା ମହିମା

ପ୍ରତି ବର୍ଷ ମାର୍ଗଶୀର ପାଞ୍ଚ ଗୁରୁବାରରେ

କୃଷି ଚାଷୀ ପ୍ରତୀକ ମାଣ ଶୋଭା ଆସ୍ଥାନରେ !!


ମାଣ ପରେ ଶୁକ୍ଳ ଧାନ ବେଣୀ ଯତନରେ

ଫଳ ମୂଳା ନାନା ଦ୍ରବ୍ୟ ରଖିବ ସେଠାରେ

ଲକ୍ଷ୍ମୀପାଦ ଝୋଟି ଚିତା ଆଙ୍କି ଘର ଦ୍ୱାରେ

ମନ ପୁରିଯାଏ କୋଳାହଳ ଘରେ ଘରେ !!


ବିଷ୍ଣୁ ପାଟରାଣୀ ଦେବି ନାରୀ ହୁଏ ଧନ୍ୟ

ଶିକ୍ଷା ଦିଏ ପୁରୁଷାର୍ଥ ନାରୀ ଆତ୍ମ ସ୍ବାଭିମାନ

ଜଗନ୍ନାଥ ହେୟ ମଣି ମାତା କମଳା ଅସ୍ତିତ୍ବ

ବାରବର୍ଷ କଷ୍ଟ ଭୋଗକଲେ ପ୍ରଭୁ ଅପ୍ରମିତ !!


ଲକ୍ଷ୍ମୀ କୃପା ଥିଲେ ରହି ଜଗତ ଉପରେ

ସଂସାର ପାରାବାର ପୂର୍ଣ୍ଣ ଜାଣ ଏ ଧରାରେ

ଭିନ୍ନ ଭିନ୍ନ ସମାଜ କରେ ନାନରୁପେ ପୂଜା

ସାନ୍ତାଳ, ଭୁମିଯ ନାରୀ ଭକ୍ତିରେ ମା ସଜା !!


ଧୂପଦୀପ ନୈବେଦ୍ୟ ଅର୍ଘ୍ୟ ମାତା ତୁମ ପାଇଁ

ପୃଥ୍ବୀ ସାରା ରଖିବୁ ମାଆ ଘଣ୍ଟ ତୁ ଘୋଡାଇ

ରୋଗ ଦୁଃଖ କଷ୍ଟ ହରି ନିଅ ଜଗତ ଜନନୀ

ଧନ ଧାନ୍ୟେ ପୁରି ଯାଉ ଏ ସମଗ୍ର ଧରଣୀ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics