ମାନିବା
ମାନିବା
ପିଲାମାନେ ଚେଷ୍ଟା କରି ପାଟିରେ ପକାଇବା ତାଲା
ତାହା ଖୋଲିଗଲେ ବାହାରିବ ସୁଦିଷ୍ଟ ଭାଷା ନୁହେ ଚଗଲା ।
ଧୀର ସ୍ଥିର ନମ୍ର ଇତ୍ୟାଦି ହେବ ତୁମମାନଙ୍କ ସବୁବେଳେ ପ୍ରେୟ
ନହେଲେ ସଂସାରରେ ବହୁତ କଷ୍ଟ ପାଇବା ହେବ ଘୋର ଅନ୍ୟାୟ ।
ବଡ଼ଙ୍କୁ ସମ୍ଭାନ ପୁଣି ସାନମାନଙ୍କୁ ସ୍ନେହ କରିବ ସଦା ସ୍ମରଣ
ନହେଲେ ଜୀବନ ଗତିପଥେ ନିଶ୍ଚୟ ଜାଣ ଘଟିବ ଅଘଟଣ ।
କହିବା ଅପେକ୍ଷା ବେଶୀ ଶୁଣିବା ହେଉ ତୁମ କର୍ତ୍ତବ୍ୟ ଜାଣ
ତୁମର ପାଟି ଯେବେ ଖୋଲିବ ସବୁ ଏକାଠି ତାର ଅଛି ପ୍ରମାଣ ।
ପରନିନ୍ଦା କେବେ କରିବନିତୁମେ କାହାର ଅନୁପସ୍ଥିତି ରେ
ଏମିତି କଲେ ଦିନେ ଲାଗିବ ଝଗଡା ସମସ୍ତଙ୍କ ଉପସ୍ତିତିରେ ।
ପିଲାମାନେ ତୁମେ ବଜାୟ ରଖିବ ତମ ବଚନ ଓ କର୍ମ
ସେତିକି କରିନପାରିଲେ ହୋଇଯିବ ବଡ ଅଧର୍ମ ।
ସଂସାରେ ସର୍ବଦା ଦାତାପଣ ରଖି ରଖ ଉଦାହରଣ
ଗ୍ରହୀତାପଣ କୁ ତ୍ୟାଗ କରି ଗରିବଙ୍କ ପ୍ରତି ହୁଅ କରୁଣ।
ଆମ୍ଭମାନଙ୍କ ଆଶୀର୍ବାଦ ନିଶ୍ଚେ ସମସ୍ତଂକଠି ଫଳିବ
ବିଧି ନିଶ୍ଚେ ତୁମ୍ଭମାନଙ୍କୁ ବଡ଼ମଣିଷ କରିଦେବ ।
