ମାଙ୍କଡ ଓ କୁମ୍ଭୀର
ମାଙ୍କଡ ଓ କୁମ୍ଭୀର
ଜାମୁ ଗଛ ଅଛି ନଦୀର କୂଳେ,
ମାଙ୍କଡ ଖେଳନ୍ତି ସେ ଗଛ ଡାଳେ ।
ଜାମୁ ଗଛେ ଯାହା ଫଳଇ କୋଳି,
ମାଙ୍କଡ ଖାଆନ୍ତି ସେ ଗଛୁ ତୋଳି ।
ଆଉ ଯେଉଁ କୋଳି ପଡଇ ତଳେ,
ସବୁ ପଡ଼ିଯାଏ ନଦୀର ଜଳେ ।
ନଦୀ ମଧ୍ୟେ ରହେ କୁମ୍ଭୀର ଟିଏ,
କିଛି କିଛି କୋଳି କୁମ୍ଭୀର ଖାଏ ।
ବସି ବସି ଦିନେ ଭାବେ କୁମ୍ଭୀର,
ଜାମୁ କୋଳି ଫଳ ବଡ଼ ମଧୁର ।
କୁମ୍ଭୀର ଆସିଲା ନଦୀ କୂଳକୁ,
ବନ୍ଧୁତ୍ୱ ପ୍ରସ୍ତାବ ଆଗେ ଦେବାକୁ ।
ମାଙ୍କଡ ସମ୍ମୁଖେ ପ୍ରସ୍ତାବ ଥୋଇ,
ବସିଲା ମାଙ୍କଡ ମୁହଁକୁ ଚାହିଁ ।
ମାଙ୍କଡ଼ଟି ଶୁଣି ଚିନ୍ତା କରିଲା
କୁମ୍ଭୀର ସହିତ ବନ୍ଧୁ ବାନ୍ଧିଲା ।
କୁମ୍ଭୀର ହୋଇଲା ସେଥିରେ ଖୁସି
ଦୁହେଁ କଥା ହେଲେ ଖୁସିରେ ବସି ।