STORYMIRROR

Tapan Kumar Swain

Tragedy Inspirational

3  

Tapan Kumar Swain

Tragedy Inspirational

ମାନଚିତ୍ର

ମାନଚିତ୍ର

1 min
252


ଶୁଷ୍କ ଛାତି ଉପରେ 

କୁଢ଼ା ହୋଇଥିବା

ବେଯାଏ ଆବର୍ଜନାକୁ ଗଣ୍ଠିଲିଟିଏ ବାନ୍ଧି 

ସ୍ୱପ୍ନ ଦେଖୁଚି ମାଟି।

ଅଯୋଗ୍ୟ ହୋଇ ପଡ଼ିଥିବା 

ଚାରଣ ଭୂମି ଉପରେ କୁଢ଼ କୁଢ଼

ବସ୍ତି ବାସିନ୍ଦାଙ୍କ ଶବ

କେଉଁଠି ଉତ୍ତପ୍ତ ବୈଶାଖୀରେ

ତୃଷ୍ଣାର ଚିତ୍କାର ତ

ଆଉ କେଉଁଠି ଭୋକର ଭାତ ହାଣ୍ଡିରେ

ଫୁଟୁଛି କରୋନାର ଭୟ ।

ଜୀବନର ଦୋଛକିରେ ସଂସାର ବୋଝକୁ ଲଦି

ଆଉଟୁଛି ଲୁହର ନିଆଁରେ ବୟସ୍କ ଦାଦନ 

ଟଙ୍କିକିଆ ଚାଉଳର ଲୋଭରେ

ପୁଅର ଭବିଷ୍ୟତକୁ ବନ୍ଧା ଦେଇଛି ବାପା,

ପୁଞ୍ଜିବାଦୀଙ୍କ ଶୋଷଣରେ

ଋଣଗ୍ରସ୍ତ ମାଆ

ନିଲାମ ଡାକିଛି ଦେହ ।

ମୋହଗ୍ରସ୍ତ ପଥର ପରି

ପଡି ରହିଛି ଅନାହାତ ଭବିଷ୍ୟତ

ଦେଖିବାକୁ ଅଧାଅଙ୍କା 

ଜୀବନର ମାନଚିତ୍ର ।



Rate this content
Log in

Similar oriya poem from Tragedy