STORYMIRROR

Krushna Chandra Lenka

Inspirational Thriller

3  

Krushna Chandra Lenka

Inspirational Thriller

ମାନବିକତା

ମାନବିକତା

1 min
343

ମାନବିକତାଟି ଗଲାଣି ତ ହଜି

  ଏ ଭଵ ସାଗରେ ଆଜି

ବିଜ୍ଞାନୀ ମଣିଷ ଅଜ୍ଞାନୀ ହେଉଚି

 ଯନ୍ତର ମାନବ ସାଜି।

ପାଠ ପଢି ସିନା ଡିଗିରୀ ପାଇଚି

   ପାଇନି ପ୍ରକୃତ ଶିକ୍ଷା

ତାଠୁଁ ଅବା କାହୁଁ ଆଶା କର ଆଉ

   ନଇତିକତା ସୁରକ୍ଷା।

ସବୁ ଦେଖି ତୁହି ରହି ଯାଉ ସହି

 ଦୁଃଖ, ଯାତନା, କଷଣ

କେଡେ ନିରିଦୟ ସତେ ଏ ହୃଦୟ

  ହୋଇଲା କି ସେ ପାଷାଣ?

ପୂରୁବ ଗୌରବ ପୂରୁବ ମହିମା

 ପଡୁ ନାହିଁ କି ତୋ କାନେ

ତୋ ପୂର୍ବ ପୁରୁଷ ରଖି କୀର୍ତ୍ତି ଯଶ

 ନାଆଁ ରଚିଥିଲା ଦିନେ।

ଗାଆଁ ପରିବେଶେ ଥାଏ ଚଉପାଶେ

  ସହରେ ଯାଇଚି ମରି

ସକାଳୁ ସଞ୍ଜ ଯେ ଧାଉଁଛି ମଣିଷ

   ସ୍ୱାର୍ଥ ଦଉଡିଟି ଧରି।

କେଡେ ଯତନେ ସେ ଗଢ଼ିଛି ବିଧାତା

  ବର ଜୀବ ଚିନ୍ତି ତତେ

ମଣିଷ ପଣିଆ ନାହିଁ ତିଳେ ତୋର

  ଲାଗଇ ଚକିତ ସତେ!

ମଣିଷ ବୁଝେନି ମଣିଷର ଭାଷା

   ବିଚିତ୍ର ଏ ଜାତି କେତେ

ବିକାଶର ଧାରା ଯେତେ ବି ବହିଲେ

   ମଣିଷତ୍ଵ ଭାସେ ସ୍ରୋତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational