STORYMIRROR

Kalandi pal

Inspirational

4  

Kalandi pal

Inspirational

ମାନବିକତା

ମାନବିକତା

1 min
529


ମାନବ ଶବ୍ଦରୁ ମାନବିକତା ସୃଷ୍ଟି

ଯଦି ଥାଏ ପରା ପ୍ରତି ଦୟା ଦୃଷ୍ଟି ll


ପରର ବିପଦେ ସାହା ହୁଏ ଯିଏ

ମାନବିକତାର ପରିଚୟ ଦିଏ ll


ବୃଦ୍ଧ, ଶିଶୁ ଅବା ଅସହାୟ ଜନ

ଯଥୋଚିତ କର୍ମ କରେ ସମ୍ପାଦନ ll


ଯୋଗୀ ଭିକାରୀଙ୍କୁ ଦ୍ୱାରୁ ନ ଫେରାଏ

ଅତିଥି ସମ ଆଚରଣ କରିଥାଏ ll


ଗୁରୁଜନେ ଭକ୍ତି ସ୍ନେହ ଲଘୁ ଜନେ

ବାଣ୍ଟିପାରେ ଯିଏ ଅକୁଣ୍ଠିତ ମନେ ll


ସାହି ପଡିଶାଙ୍କ ବିପତ୍ତି ସମୟେ

ସହାୟ ହୁଅଇ ନିଜର ପରାୟେ ll


ସମାଜ ସ୍ୱାର୍ଥରେ ଦିଏ ଜଳାଞ୍ଜଳି

ଭଲମନ୍ଦ ସବୁ ନିଅଇ ଆଦରି ll


ନିଜ ଜୀବନକୁ ଘୋରି ଘୋରି ଯିଏ

ପଥ ପ୍ରଦର୍ଶକ ଅନ୍ୟର  ହୁଏ ll


ହିଂସା, ରାଗ, ଦ୍ୱେଷ ଜୀବନ ଶତ୍ରୁ

ତେଜିବ ଏହାଙ୍କୁ ଜୀବନ ରଥୁ ll


ମାନବିକତାର  ପରିଚୟ  ଏହି

ନୋହିଲେ ସଂସାରେ ଅମଣିଷ ହିଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational