STORYMIRROR

Nrusingha Narayan Tripathy

Inspirational Children

3  

Nrusingha Narayan Tripathy

Inspirational Children

ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

1 min
214

ଧର୍ମ ମାନବତା କର୍ମ ମହାନତା

ଧର୍ମ ସଂସ୍କୃତି ଅନେକ 

ବର୍ଣ୍ଣ ରଙ୍ଗ ଜାତି ବିଭିନ୍ନ ପ୍ରଜାତି

ରକ୍ତ ମାଂସ ହାଡ଼ ଏକ ll


ବିଚିତ୍ର ପ୍ରକୃତି ନର ଶ୍ରେଷ୍ଠ ଜାତି

ନିରୀହ ସେ ଅସହାୟ

ବଞ୍ଚିବା ରହିବା ବଢିବା ଖାଇବା

ନିଏ ସେ ଅନ୍ୟ ସହାୟ ll


ଏଠି ଯେ ସବଳ ତାର ସବୁ କଳ

ମୋହ ମାୟା କୂଟ ଛଳ

ଅସହ୍ୟ ଦୁର୍ବଳ ଛାଡି ସବୁ ଡାଳ

ଅପେକ୍ଷାରେ ମହାକାଳ ll


ଲୋଭ କାମନାରେ ସମ୍ପତ୍ତି ଲୋଭରେ

ସମ୍ପର୍କ ଏଠାରେ ତୁଛ

ସାଧୁତାର ବେଶେ ଶୋଷଣର ଫାଶେ

ସ୍ୱାର୍ଥ ସତ୍ୟ ସବୁ ମିଛ ll


ରୋଗ ଶୋକ ମୃତ୍ୟୁ ଅତ୍ୟାଚାରେ ଶତ୍ରୁ

 ଆପଦେ ବିପଦେ ନର

ଦୁର୍ଘଟଣା ବେଳେ ଦୁର୍ଦ୍ଦିନର କାଳେ

ସହାୟତା ଦରକାର ll


ଅନ୍ନ ବସ୍ତ୍ର ଦାନ ସେବା ଧର୍ମ ଜାଣ

ନର ଦେହେ ନାରାୟଣ

କର ନର ସେବା ମାଧବର ସେବା

ଧର୍ମ ଆମ ସନାତନ ll


ସ୍ୱାର୍ଥ ତ୍ୟାଗ ବ୍ରତ ସେବାରେ ଆସକ୍ତ

ସେବକ ଈଶ୍ୱର ପ୍ରାପ୍ତ

ଦେଖାଣିଆ ସେବା ଲାଳସା ପାଇବା

ଦେଖୁଥାଏ ନିଜ ହିତ ll


ଶିକ୍ଷା ସ୍ୱାସ୍ଥ୍ୟ ସେବା ଶୋଷଣ କରିବା

ଅପାତ୍ର ଏଠାରେ ପାତ୍ର

ଆଇନି ସେବାରେ ମିଛକୁ ସତ୍ୟରେ

ରୂପାନ୍ତର ହୁଏ ମାତ୍ର ll


ଅନ୍ଧ ମୁକ ଛୋଟା ସେବା ହଟହଟା

ପଇସା ପ୍ରେମର ନାଟ

ଜରାଶ୍ରମ ଏଠି ନାମେ ଠକାଠକି

ନାରୀ ସେବା ନାମେ ହାଟ ll


ଧୋବ ଫର ଫର ନେତାଏ ଆମର

ଅଳିଆ ଠୁଳେଇ ସଫା

ସେବାର ନାମରେ ଫେସନ ବଜାରେ

ସେବା ଏଠି ରଫା ଦଫା ll


ସେବାର ଭାବନା ହୋଇଲେ ସାଧନା

ସାର୍ଥକ ହେବ ଜୀବନ 

ଗୋଡାଣିଆ ସେବା ନୁହେଁ ସତ୍ୟ ସେବା 

ସଚ୍ଚା ସେବା ପ୍ରୟୋଜନ ll


ସେବା ଫଳ ପୁଣ୍ୟ ଈଶ୍ୱର ଶରଣ

ସଂସାରରେ ଭାଗ୍ୟବାନ

ନିଃସ୍ଵାର୍ଥ ସେବାରେ ଜୀବନ ତ୍ୟାଗରେ

ସନ୍ତୁଷ୍ଟ ଯେ ଭଗବାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational