ମାନବ ସେବା ହିଁ ମାଧବ ସେବା
ମାନବ ସେବା ହିଁ ମାଧବ ସେବା
ଯଜ୍ଞ ଜପ ତପ ଯେତେ କରୁଥାଅ ନିର୍ମଳ ନ ଥିଲେ ମନ,
ଅହଙ୍କାରୀ ଗର୍ବୀ ସ୍ଵାର୍ଥପର ହେଲେ ବୃଥାହୁଏ ଈଷ୍ଟ ଧ୍ୟାନ |
ଭଜନ କୀର୍ତ୍ତନ ଯେତେ କରୁଥାଅ ନାହିଁ ଯଦି ତ୍ୟାଗ-ଭାବ,
ସେବା ମନୋବୃତ୍ତି ନଥିଲେ ହୃଦୟେ ଦେଖେଇ ହେଲେ କି ଲାଭ ?
ଅସହାୟ ପାଇଁ ଆମ ହୃଦୟରେ ନଥିଲେ କରୁଣା ଭାବ,
ପର ଉପକାରେ ସମୟ ନଦେଲେ ହାତରୁ ସୁଯୋଗ ଯିବ |
କିହେବ ଆମର ଶିକ୍ଷା-ଦୀକ୍ଷା ଥାଇ ପରଦୁଃଖ ନ ବୁଝିଲେ,
କି ଲାଭ କାହାର ଖାଇଯିବେ ଚୋର ଧନ ଠୁଳ କରିଥିଲେ |
ଦେହରେ ମନରେ ବଳଥିଲେ ତାକୁ କାମରେ ଲଗାଉଥିବା,
ନିଜର ବଳକୁ ଅପଚୟ କଲେ କାହାକୁ ବା ଦୋଷ ଦେବା ?
ଜ୍ଞାନ-ବୁଦ୍ଧିଥିଲେ କାହାକୁ କେମିତି ଉପାୟ ବଟେଇ ଦେବା,
ମାନବ ସେବା ହିଁ ମାଧବଙ୍କ ସେବା ଏ'କଥା ମନେ ରଖିବା |
ଈଶ୍ଵର ଆମକୁ ସବୁ ଦେଇଛନ୍ତି ଆମେ ହିଁ ତାଙ୍କରି ଦୂତ,
କିଛି ନଦେଇ ଯେ ଖାଲି ନେଉଥାଏ ତାକୁ କୁହାଯିବ ଭୂତ |
