STORYMIRROR

Prasanna kumar sahu

Inspirational

3  

Prasanna kumar sahu

Inspirational

ମାନବ ବାଦୀ ହୋଲି

ମାନବ ବାଦୀ ହୋଲି

1 min
209

ବହୁ ପର୍ବ ମଧ୍ୟେ

ସାର ଅଟଇ ଯେ

ରଙ୍ଗର ପରବ ହୋଲି,

ଏହି ପରବର

ମହତ ଅନେକ

ଭାଇ ଚାରା ଥାଏ ବୋଲି।


ସଭିଏଁ ଅଟନ୍ତି

ଭାଇ ଭାଇ ଏଠି,

ବଡ ସାନ କେହି ନାହିଁ,

ହିନ୍ଦୁ ହେଉ ଅବା

ମୁସଲମାନ କି

ହୋଇ ଥାଉ ସେ ଇସାଇ।


ମଣିଷ ଜାତି ଯେ

ସଭିଙ୍କର ଭାଇ

ଶ୍ରେଷ୍ଠ ଜାତି ଏ ସୃଷ୍ଟିର,

ସଭିଙ୍କ ଦେହରେ

ବହି ଯାଉଅଛି

ଏକା ରଙ୍ଗର ରୁଧିର।


ଏହି ବାରତା କୁ

ଦେବାପାଇଁ ପରା

ପାଳିତ ହୁଅଇ ହୋଲି,

ଭୁଲି ଯିବା ନାହିଁ

ସବୁ ଧର୍ମ ଲୋକେ

ପ୍ରଥମେ ମଣିଷ ବୋଲି।


ଯାହା ରାଗ ଋଷା

ପୁରୁବରୁ ଥାଏ

ସବୁ ଧୋଇ ହୋଇ ଯାଏ,

ହୋଲି ପର୍ବ କହେ

ସଭିଏଁ ସମାନ

ମାନବ ବାଦ ସେ ଗାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational