ମାଁ
ମାଁ
ମାଁ ଏକ ସୁନ୍ଦରାକ୍ଷର
ସେ ଡାକ କି ସୁମଧୁର ।
ନ ଥାଏ ବାଛ ବିଚାର
କରେ ସବୁ ଆପଣାର ।
ହୁଅଇ ସେ ତତପର
ଭରେ ସଭିଙ୍କ ଉଦର ।
ମା'ର ସେ କଷଣ ଭାର
କରି ପାରିବା ନି ଦୂର ।
ଦେଖି ଆମ ଅଶ୍ରୁଧାର
କାନିରେ ପୋଛିଚି ତାର ।
ମମତା ଅମୃତ ଧାର
ମୂର୍ତ୍ତି ସେବା ଓ ତ୍ୟାଗର ।
ହୁଏ ଦୁଃଖ କ୍ଳେଶ ଦୂର
ମାଆକୁ ଡାକିଲେ ମୋର ।
ଦେଇଛି ଅଭୟ ବର
ପଣତର ଅସତର ।
ପୂଣ୍ୟତୟା ଗଙ୍ଗା ଧାର
ଲାଘବ ପାପର ଭାର ।
ବାତ୍ସଲ୍ୟ ମମତେ ତାର
କରେ କେତେ ଆପଣାର ।
ଧନ୍ୟ ହେ ମହିମା ମା'ର
ଉପମା ନି ପଟାନ୍ତର ।।
