STORYMIRROR

JitendraNath Gahir

Inspirational

3  

JitendraNath Gahir

Inspirational

ମାଁ

ମାଁ

1 min
13.7K


ମାଁ ଏକ ଶବ୍ଦ ନୁହେଁ

କି ନୁହେଁ ଏକ ଡାକିବାର ଧ୍ବନି

ମାଁ ଏକ ମନ୍ତ୍ର ଏକ ହୃଦୟର ଆଭାସ

ଯାହା ସବୁ ସମୟରେ ସ୍ବତଃ ଆପେ ଆପେ

ଅନ୍ତରୁ ଫୁଟିଆସୁ ଥିବା

ଏକ ଆଲୌକିକ ଶକ୍ତିର ସ୍ପର୍ଶ

ଏକ ଆଶ୍ବାସନା

ଏକ ବିଶ୍ବାସ ।


ଯାହାରି ସ୍ପର୍ଶରେ

ହୃଦୟରେ ଜାଗିଉଠେ

ଦୁର୍ଗମ ନିର୍ଜନ ପଥେ ଏକା ଏକା

ଶତଗିରି ଲଙ୍ଘିବାର ଶୌର୍ଯ୍ୟ,

ପୁଣି ନିମିଷେ ସାଧିତ ହୁଏ ତା ଆଶିଷେ

କାହିଁକେତେ ନାହିଁ ନ ଥିବା

ଅସମ୍ଭବ କାର୍ଯ୍ୟ।

ମାଁ ଏକ ଅନନ୍ୟ ସୃଷ୍ଟି

ସୃଷ୍ଟିକର୍ତ୍ତାଙ୍କର,

ତେଣୁ ତା ହୃଦୟେ ରହିଥାଏ

ତ୍ଯାଗ ସ୍ନେହ ସେବା ସହ

ଅନାବିଳ ମାତୃପ୍ରେମ ଭାବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational