ମାଁ
ମାଁ
ମାଁ
ମାଁ ତୁମେ ସ୍ନେହମୟୀ
ମାଁ ତୁମେ ଦୟାମୟୀ
ମାଁ ପରି ଏକା ଜଗତେ ନାହିଁ
ମାଁ ତୁମେ ସେହି ମମତମୟୀ ।
ତୁମ ଭାତ ରନ୍ଧା ଲାଗଇ ଅମୃତ
ଲାଗଇ ସତରେ ମିଠା
ତୁମେ ବାଢି ଦିଅ ଭାତ ଯେତେବେଳେ
ଖାଇ ବାକୁ ହୁଏ ଇଛା ।
ଦଶ ମାସ ଦଶଦିନ ଗର୍ଭେ ଧରି
କରିଲ ଜନମ
ଛୋଟ ଛୁଆରୁ ବଡ଼ କରିଲ
ରଖିବି ତୁମର ନାମ ।
ମାଁ ର ପଣତ ଦିଅଇ ଛାଇ
ସତରେ କି ସେ ବରଗଛ
ଭୁଲିବା ନାହିଁ ମାଁ କୁ ଆମରି
ରଖିବା ତା ରି ଯଶ ।
ଜ୍ଵର ହେଲେ ମତେ ଅନିଦ୍ରା ହେବ
ଚେଇଁ ରହି ମୋ ପାଖରେ ଥିବ
ମାଁ ର ମମତା କିଏ ବୁଝିବ
ମାଁ ପରି ମୋର କିଏ ସେ ହବ,,,,।
