STORYMIRROR

DILIP KUMAR SAHOO

Children

2  

DILIP KUMAR SAHOO

Children

ମାମୁଁଘର ଚଉଁରୀ

ମାମୁଁଘର ଚଉଁରୀ

1 min
107


ମାମୁଁଘର ଚଉଁରୀ

ପାଣି ଖେଳେ ଭଉଁରୀ

ମେଘ ଯାଏ ପହଁରି

ନାଚକରେ ମୟୂରୀ

ହାଟ ନାଁ ସଉରୀ

ଘାଟ ନାଁ ନଇରୀ

କାଠ ଚିରେ ବାଉରି

କାତ ମାରେ ନାଉରୀ

ବଣବୁଦା ଗୋହିରୀ

ବାଘ ଥିଲା ଖଇରୀ

ରାଗ ବଡ ବଇରୀ

ମିଠା ସୁର ଲହରୀ

ବାଜେ ଶ°ଖ ମହୁରୀ

ଦେବୀ ପୂଜେ ଦେହୁରୀ

ମାଆ ଶୁଣେ ଗୁହାରୀ

ବିପଦରୁ ଉଦ୍ଧାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children