STORYMIRROR

BANANIBALA NAIK

Others Children

4  

BANANIBALA NAIK

Others Children

ମାଟି ମା' କାହାଣୀ

ମାଟି ମା' କାହାଣୀ

1 min
11


ଲହୁ ଲୁହ ସିକ୍ତ ଏ ଦେଶ ମୃତ୍ତିକା

ହସିଛି କାନ୍ଦୁଛି କେତେ,

ଝରାଇଛି ଲୁହ ହୃଦେ ଭରି କୋହ

କ୍ରୁର ପରଦେଶୀ ହାତେ ।।


ଏ ଦେଶ କାହାଣୀ ନ ହୁଏ ବଖାଣି

ଗୁରୁ ବେଦନା ରେ ସିକ୍ତ ,

ଲୁପ୍ତ ଇତିହାସ ମାଟି ରୁ ଆକାଶ

ଗିରି ବନ ପରିବ୍ୟାପ୍ତ ।।


ଇତିହାସ ସ୍ୱର ଲହୁ ଓ ଲୁହ ର

କ୍ରାନ୍ତି ର ଆତ୍ମ କଥା ,

ମୁକ୍ତି ବିମୁକ୍ତି ର ଯୁକ୍ତି ଓ ଶକ୍ତି ର

ସଂଘର୍ଷ ର ଗୁରୁ ଗାଥା। ।।


ଜୀବନ ସଂଗ୍ରାମ ସରଣୀ ଦୁର୍ଗମ

ମାତୃ ହୃଦ ହାହାକାର ,

ମାଟି ମା ସନ୍ତାନ ନିରତ ସଂଗ୍ରାମ

ମାତୃ ଭକ୍ତି ବଳିୟାର ।।


ଶୋଣିତେ ଯାହାର ଲିଖିତ ଗାରିମା

ଜାତି ଇତିହାସ ପୃଷ୍ଠା,

ଗର୍ବୋନ୍ନତ ଶିର ଦେଶ କ୍ରାନ୍ତିବୀର

ରୁଦ୍ଧିମନ୍ତ ତ୍ୟାଗ ନିଷ୍ଠା ।।


ପଞ୍ଜରାରେ ମାଡ଼ ଚୂନା ତନୁହାଡ

ଫାଶୀ ଖୁଣ୍ଟେ ଝୁଲେ କିଏ,

ଗୁଳି ଖାଇ ବକ୍ଷେ ନିର୍ଯାତିତ ଲକ୍ଷେ

ଚାବୁକ ପ୍ରହାର ଦେହେ ।।


ଶିର ଯାଏ ଲୋଟି ରକ୍ତେ ଭିଜେ ମାଟି

ଉଠଇ କ୍ରନ୍ଦନ ରୋଳ,

କ୍ରାନ୍ତି ଦୂତ ବୀର ଯୁଝଇ ସମର

ମାତୃ ନେତ୍ର ଛଳ ଛଳ ।।


ମାତୃ ନାମ ଘୋଷି ବରି ନେଲେ ହସି

ଶାନ୍ତି ଦାୟୀ ମାତୃକୋଳ ,

ଶୋଣିତେ ସତତ ସଦ୍ୟ ପ୍ରସ୍ଫୁତିତ 

ମାତୃ ଭକ୍ତି ଶତଦଳ ।।


ଧମନୀରେ ଯାର ବାଜଇ ମାଦଳ

ଦୀପ୍ତ ବହ୍ନି ପ୍ରତିଶୋଧ,

ରଣ ହୁଙ୍କାରେ ଉଠେ ତରବାରୀ

ଶତ୍ରୁ ଗଣେ ପରମାଦ ।।


ବୀର ଭୋଗ୍ୟା ମାତ ଏଇ ମୋ ଭାରତ

କୁମାରୀକାରୁ କାଶ୍ମୀର,

ବୀରା ବୀରାଙ୍ଗନା ଜାତ ଯେ ଭୂମିରେ

ଏଇ ସେ ଜନନୀ ମୋର ।।


ବାଜୁ ରେ ଯାହାର ଶତସିଂହ ବଳ

ତୀକ୍ଷ୍ଣ ମୁକ୍ତ କରବାଳ ,

ରକତେ ଫୁଟଇ ଶତ ରକ୍ତଜବା

ଶତ୍ରୁ ର ମହାକାଳ।।


ଅପୂର୍ବ ବୀରତ୍ଵ ଅସ୍ଥିମଜ୍ଜା ଗତ

ଯୁଦ୍ଧ ବିଦ୍ୟା କଉଶଳ,

ପଛଘୁଞ୍ଚା ନାହିଁ ଜାତକ ରେ ଯାର

ମନେ ଶତସିଂହ ବଳ ।।


ହୃଦୟ ତନ୍ତ୍ରୀ ରେ ଶୁଭେ ଯୁଦ୍ଧଭେରୀ

କର୍ଣ୍ଣେ ରଣ ଶଙ୍ଖନାଦ,

ଅସ୍ତ୍ର ର ଜବାବ ଅସ୍ତ୍ରେ ପ୍ରତିଦାନ

ନ ମାନଇ ପରାଭବ ।।


ଶତ୍ରୁ ର ରକତେ ଖେଳଇ ସେ ହୋଲି

ଅନ୍ୟାୟ ର ପ୍ରତିବାଦେ ,

ମାତୃ ରକ୍ଷା ପାଇଁ କାଢି କରବାଳ

କାଳ, ମାହାକାଳ ସାଜେ ।।


ଏ ମାଟି ସନ୍ତାନ ନୁହେଁ କାପୁରୁଷ

ଶୌର୍ଯ୍ୟ, ବୀର୍ଯ୍ୟ ବଳିୟାର,

ବିଶ୍ଵ ଭୂମଣ୍ଡଳେ ରଚିଅଛି କୀର୍ତ୍ତି

ତୁଳନା ନାହିଁ ଯାହାର ।।


ସେହି ମାଟି କୋଳେ ଜନମ ଲଭିଛି

ରକ୍ତ ସିକ୍ତ ମାଟି ଯାର,

ମାଆ ଗୋ ଭାରତୀ ଜାଣଏ ପ୍ରଣତୀ

ପଦେ ତୋର ବାରମ୍ବାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍