STORYMIRROR

Gobinda Chandra Sethi

Inspirational Children

4  

Gobinda Chandra Sethi

Inspirational Children

ଆମ ସୁବାଷ

ଆମ ସୁବାଷ

1 min
12

ଆସ ଆସ ମୋର ସାହସୀ ବୀର

          ସ୍ୱାଧୀନ କରିବା ଦେଶ ଆମର ।

ବିନା ସଂଗ୍ରାମରେ ନାହିଁ ସ୍ୱାଧୀନ

         କରିଦିଅ ମୋତେ ତୋ ରକ୍ତ ଦାନ।

ଦେବି ସ୍ୱାଧୀନତା ମୋହରି ହାତେ

          ଫିରିଙ୍ଗି ଶାସକ ମାରିକି ନାତେ।

ସ୍ୱତନ୍ତ୍ରତା ମାର୍ଗ ହେବ ପ୍ରସସ୍ଥ

         ରକ୍ତରେ ରହିଲେ ତାହା ରଞ୍ଜିତା ।

ଥିଲା ଆମ ରାଜ୍ୟ ସୁବାଷ ଡାକ

           ଭାରତ ବର୍ଷର ମହା ନାୟକ ।

ବିବେକାନନ୍ଦଙ୍କ ଶିକ୍ଷାର ନୀତି

          ଅନୁପ୍ରାଣିତରେ ନ ଥିଲା ଭୀତି।

ଫୌଜ ଗଢ଼ିଥିଲେ ଆଜାଦ ହିନ୍ଦ୍

          ନଥିଲା କବାଟ କାହାକୁ ବନ୍ଦ୍ ।

ପୁରୁଷ ମହିଳା ହେଲେ ସୈନିକ

         ଦେଶ ପାଇଁ ଥିଲେ ସର୍ବେ ନିର୍ଭିକ।

ଦେଇଥିଲେ ସିଏ ଦେଶକୁ ଶିକ୍ଷା

         ସ୍ୱାଧୀନ ପାଇଁକି ମାଗ ନି ଭିକ୍ଷା ।

ନିର୍ଭିକ ହୋଇବା ସ୍ୱାଧୀନ ରଣେ 

        ଛଡ଼ାଇବା ଆମେ ରକ୍ତର ଦାନେ ।

ବ୍ରିଟିଶ ଶାସନ ଆତ୍ମ ବିଶ୍ୱାସ

        ଦୋହଲାଇ ଥିଲେ ଆମ ସୁବାଷ।

ଧନ୍ୟ ଧନ୍ୟ ଆମ ବୀର ସୁବାଷ 

         ଉପଦେଶ ତାଙ୍କ ଚିର ସୁବାସ ।

ଦେଶ ପାଇଁ ତାଙ୍କ ମହାନ ଦାନ

         ଜୟନ୍ତୀରେ ଆଜି କରୁ ନମନ।



Rate this content
Log in

Similar oriya poem from Inspirational