STORYMIRROR

MANAS RANJAN TALI

Children Stories Inspirational Others

4  

MANAS RANJAN TALI

Children Stories Inspirational Others

ଜୀବନ ଗାଡି

ଜୀବନ ଗାଡି

1 min
18


ଦୁଃଖ ସାଥେ ସିନା ମିତ ମୁଁ ବସିଲି ସୁଖ ଦେଲା ହାତ ଛାଡ଼ି...

କହ ରେ ଦୁନିଆ ଆଉ କେତେ ବାଟ ଚାଲିବ ଜୀବନ ଗାଡି...

ହସ ଇଞ୍ଜିନ ରେ କିଏ ସେ ଭରିଲା ଲୁହର ଭେଜାଲ ତେଲ...

ଅଟକି ଯାଇଛି ଅଧା ରାଜପଥେ ସ୍ନେହ ମମତାର ମୂଲ...

ମନ ଚକ ଆଉ ଆଗକୁ ନ ଗଡେ ଭାବନା ର ପଥ ପରେ...

କାହାକୁ କହିବି ଗ୍ୟାରେଜ୍ ଠିକଣା ରହିଗଲା ବହୁ ଦୂରେ...

ସମୟ ଦେଖାଏ ଅଙ୍କାବଙ୍କା ରାସ୍ତା ଉଠାଣି ଗଡାଣି କେତେ...

ଚାଲିବାକୁ ହେବ ଏକା ଏକା ସିନା ପଡି ଉଠି ସ୍ମୃତି ପଥେ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from MANAS RANJAN TALI