ଜୀବନ ଗାଡି
ଜୀବନ ଗାଡି
1 min
9
ଦୁଃଖ ସାଥେ ସିନା ମିତ ମୁଁ ବସିଲି ସୁଖ ଦେଲା ହାତ ଛାଡ଼ି...
କହ ରେ ଦୁନିଆ ଆଉ କେତେ ବାଟ ଚାଲିବ ଜୀବନ ଗାଡି...
ହସ ଇଞ୍ଜିନ ରେ କିଏ ସେ ଭରିଲା ଲୁହର ଭେଜାଲ ତେଲ...
ଅଟକି ଯାଇଛି ଅଧା ରାଜପଥେ ସ୍ନେହ ମମତାର ମୂଲ...
ମନ ଚକ ଆଉ ଆଗକୁ ନ ଗଡେ ଭାବନା ର ପଥ ପରେ...
କାହାକୁ କହିବି ଗ୍ୟାରେଜ୍ ଠିକଣା ରହିଗଲା ବହୁ ଦୂରେ...
ସମୟ ଦେଖାଏ ଅଙ୍କାବଙ୍କା ରାସ୍ତା ଉଠାଣି ଗଡାଣି କେତେ...
ଚାଲିବାକୁ ହେବ ଏକା ଏକା ସିନା ପଡି ଉଠି ସ୍ମୃତି ପଥେ...।।
