Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyochhna rani Devi

Inspirational

4  

Jyochhna rani Devi

Inspirational

ମାଗୁଣି

ମାଗୁଣି

1 min
154



ତୁମ ସମନକୁ ଏଡେଇବା ପାଇଁ

       କାହାର ଅଛି ବା ସାଧ୍ୟ

କେତେବେଳେ ତୁମ ଶୀତଳ ପରଶେ

      ପ୍ରାଣ ହୋଇଯିବ ବାଧ୍ୟ ।



ମାଟିର ଜୀବନ ମାଟିରେ ତ ପରା

    ହୋଇଯିବ ଦିନେ ଲୀନ

କିଏ ସେ ମୋହର କିଏ ସାତପର

    ନ ରହିବ ଚିହ୍ନବର୍ଣ୍ଣ ।


ଯା ' ପାଇଁ ଲଢିଲି ଯା' ପାଇଁ ବଢିଲି  

     ଖୋଜିଲି ଯା'ର ପଣତ

ସେ ପଣତ ଛାଇ ଆଢୁଆଳ କରି

 ହୋଇ ପାରିଲାନି ନେତ ।



ଆତ୍ମାର ସ୍ଵରୂପ ଜାଣି ନ ପାରିଲି

    ନିଜ ଇଛାମତେ ବାଟ

 ଚାଲିବା ବେଳରେ ଓଗାଳି ବସିଲ

   ଆବୋରିଣ ନିଜ ଥାଟ ।



କିଏ ନେଇନାହିଁ କାହାର ଦାୟିତ୍ଵ

   କାହାପାଇଁ ଅଟକିନି

ଯେଉଁ କାମ ପାଇଁ କିଏ ତ ମାଧ୍ୟମ

  ଜାଣିଶୁଣି ଥାଅ ତୁନି ।


ଆପଣା ଇଛାରେ ଭାଙ୍ଗଗଢ଼ ପୁଣି

    କରୁଥାଅ ଶୂନ୍ୟପୂର୍ଣ୍ଣ

ଏ କଥା ନ ଜାଣେ ଏ ମୂଢ଼ ପରାଣ

   ଛାତି କରଇ ବିଦୀର୍ଣ୍ଣ ।


ଓଠେ ଭରଦିଅ ମାଧୁର୍ଯ୍ୟର ସିନ୍ଧୁ

   ଝରିଆସୁ ଅହରହ

ବିଶ୍ଵ କଲ୍ୟାଣରେ ଲାଗିଥାଉ ପ୍ରାଣ

   ନ ହେଉ ଯେ ଦୁର୍ବିସହ ।


      


 


Rate this content
Log in

Similar oriya poem from Inspirational