ମାଗିବିନି ପ୍ରଭୁ
ମାଗିବିନି ପ୍ରଭୁ
1 min
210
ଜୀବନରେ କେବେ ମାଗିବିନି ପ୍ରଭୁ
ଦିଅ ମତେ ଟିକେ ସୁଖ ।। ୧।।
ଯଦି ଦେବ ଦୁଃଖ ମତେଦିଅ ପ୍ରଭୁ
ସେହିତ ମୋ ପାଇଁ ସୁଖ ।। ୨।।
ମୋର ସୁଖନେଇ ବାଣ୍ଟିଦିଅ ପ୍ରଭୁ
ଯଦି କିଏ ଅଛି ଦୁଃଖୀ ।। ୩।।
ତୁମେ ଯେତେ ଦୁଃଖ ମତେ ଦବ ପ୍ରଭୁ
କେହି ପାଇବ ତ ସୁଖ ।। ୪।।
ସଭିଙ୍କ ସୁଖ ମୁଁ ଦେଖିଦେଲେ ପ୍ରଭୁ
ନିଜେ ମୁଁ ପାଇବି ସୁଖ ।। ୫।।