STORYMIRROR

Maheswar sahoo

Abstract

3  

Maheswar sahoo

Abstract

ମାଘୁଆ ସିତ

ମାଘୁଆ ସିତ

1 min
167

ମାଘ ମାସର ସିତଳ ସକାଳ

       କାକର ପଡଇ ଘାସେ

ଆଜି ପ୍ରଭାତର ଅଜବ ବେଦନା

      ଆକାଶେ ବାଦଲ ଭାଷେ

ରବୀର କିରଣ ଦୁର୍ଲଭ ଆଜି

      କୋହଲା ମାରଇ ଦେହେ

ଥରୁ ଅଛି ଦେହ ଉଷ୍ମତା ପାଇଁ

       ସୃଷ୍ଟିର ଲୀଳା କେ କହେ

ପକ୍ଷୀର ରାବ ନଶୁଭଇ ଆଜି

        ଚାଷୀ ତ ଯାଉନି ବିଲ

ବରସୁଛି ମେଘ ଶ୍ରାବଣ ଯେସନେ

         ହୁଏ ଚାଷୀ କଲ ବଲ

ମାଘର ବରଷା ରୋଗର କାରଣ

        ହୁଏ ନାନା ବିଧ ରୋଗ

କାଶ କଫ ଜ୍ୱରେ ଲଭିଣ ବେଦନା

        କରୁଛେ ଯନ୍ତ୍ରଣା ଭୋଗ

ରେଶମପଶମ ଛାଡିଦେଇ ଲୋକେ

       ପିନ୍ଧଇ ବରଷା ପୋଷାକ

ପରଂବ୍ରହ୍ମ ତୁମେ ଲିଳା ଯେ କରୁଛ

        ଭୋଗୁଛୁ କଷ୍ଟ ଅନେକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract