STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ମାଗେ ଜଗତର ଶାନ୍ତି

ମାଗେ ଜଗତର ଶାନ୍ତି

1 min
346

ତୁମ ବଡ଼ଦାଣ୍ଡେ କାନି ପାତି ପ୍ରଭୁ 

ମାଗେ ଜଗତର ଶାନ୍ତି,

ତୁମେ ମହାଦାନୀ ତୁମେ ମହାଜ୍ଞାନୀ 

ଆହେ ପ୍ରଭୁ ଲକ୍ଷ୍ମୀପତି।


ରଚି ରଚାଉଛି କରି କରାଉଛି 

ଘଟୁଛି ଅବଶ୍ୟ ଯାହା,

ସଭିଙ୍କର ମୁଖେ ହସ ଭରିଦେଇ

ଦୁଃଖରେ କରୁଛି ଆହା ।


ଟିକେ ହସ ଦେଇ ପୁଣି ଲୁଚିଯାଅ

କାହିଁକି ଭରୁନି ପ୍ରୀତି,

ତୁମେ ମହାଦାନୀ ତୁମେ ମହାଜ୍ଞାନୀ

ଆହେ ପ୍ରଭୁ ଲକ୍ଷ୍ମୀପତି ।


କେମିତିକା ଲୀଳା କରୁଅଛ ସାଇଁ

ସୃଷ୍ଟି ଆଜି ଥରହର,

ବିଶ୍ୱବ୍ରହ୍ମାଣ୍ଡ କରତା ବି ହୋଇ ଏକା

ରହିଥାଅ ଶ୍ରୀମନ୍ଦିର ।


ବୁଝି ହେଉନି କି ଦେଖି ବି ହେଉନି

କି ରୂପେ ଅଛି ଶ୍ରୀପତି,

ତୁମେ ମହାଦାନୀ ତୁମେ ମହାଜ୍ଞାନୀ

ଆହେ ପ୍ରଭୁ ଲକ୍ଷ୍ମୀପତି ।


ତୁମ ବଡ଼ଦାଣ୍ଡେ କାନି ପାତି ପ୍ରଭୁ 

ମାଗେ ଜଗତର ଶାନ୍ତି,

ତୁମେ ମହାଦାନୀ ତୁମେ ମହାଜ୍ଞାନୀ 

ଆହେ ପ୍ରଭୁ ଲକ୍ଷ୍ମୀପତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational