STORYMIRROR

Pranati Jena

Inspirational

3  

Pranati Jena

Inspirational

ମାଧୁର୍ଯ୍ୟ ସ୍ତବକ

ମାଧୁର୍ଯ୍ୟ ସ୍ତବକ

1 min
115

ନକର ଭାବନା ଭାନୁ ବଦନୀ

ନ ' କାର ଭାବ ହୃଦକୁ ଆଣନି

ବଦନ ଶୁଖିଲା ମୋହନେ ଚାହିଁ

ସୁନ୍ଦର ମୋହନ ମନ୍ଦ ନୁହଁଇ

ଗୋ ରାସ ରଙ୍ଗିଣୀ

ନିଶ୍ଚୟ ଆସିବେ ସାରଙ୍ଗ ପାଣି   


ଶ୍ରାବଣୀ ନୟନେ ଭିଜା ଏ ପ୍ରୀତି 

ନିଃସଙ୍ଗ ପୁଲକେ ଆଣେଲୋ ଭୀତି       

ଭିଜା ଆବେଗେ ଆଲିଙ୍ଗନେ ତୃପ୍ତି

ଆକର୍ଷଣେ ବନ୍ଧା ବ୍ରଜ ସମ୍ପତ୍ତି

ଗୋ ନବ ଛଇଳା 

ମନମରାଳେ ସେ ବାଙ୍କ ଚୁଳିଆ  


ଭୁବନମୋହନ ଭୁଲା ତା ମନ

ପରୀକ୍ଷା ନିଅଇ ହୃଦ ଚନ୍ଦନ 

ଶୟନେ ସ୍ୱପନେ ଆତ୍ମା ବନ୍ଧନ

କାୟା ବିନା ଛାୟା ଅଧୀର ପ୍ରାଣ

ଗୋ ଶ୍ୟାମପରାଣ 

ନୁହେଁ ଭିନ୍ନ ତୁମ ପ୍ରୀତି ପୁରାଣ  


ଜ୍ୟୋତିସମ ହୃଦେ କିରଣ ବିଞ୍ଚି

ମହାର୍ଘ୍ୟ ମହକ ପ୍ରୀତିରେ ସିଞ୍ଚି 

ସୁରେ ମୂର୍ଚ୍ଛନା ସ୍ୱାଗତିକା ସାଜି 

ହୃଦ ମରୁରେ ସବୁଜିମା ରାଜି

ଗୋ ସମର୍ପି ସୁଧା 

ସନ୍ତାପିତ ହୃଦ ରାସେ ଶ୍ରୀରାଧା  


ହୃଦୟ ପୁରେ ମାଧୁର୍ଯ୍ୟ ସ୍ତବକ

କୋଟି କାନ୍ତମଣି ପ୍ରାଣେ ଚାତକ 

ଆହ୍ଲାଦିତ ଧାରାରେ ସୁଧାସିକ୍ତ

ନିରାଶା ପ୍ରାଣେ ଅୟୁତ ଅସ୍ତିତ୍ୱ

ଗୋ ଶ୍ୟାମାସୁନ୍ଦର 

ମେଘ ବିନା ନୃତ୍ୟ କାହିଁ ମୟୂର  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational