ମାଧୋ ସିଂହ
ମାଧୋ ସିଂହ
ସମ୍ବଲପୁରର ସଂଗ୍ରାମୀ ସୁରେନ୍ଦ୍ର ଗଢିଲେ ବିଦ୍ରୋହୀ ଦଳ,
ଘେଏଁସ ଜମିଦାର କରି ସମର୍ଥନ ମିଶାଇଲେ ନିଜବଳ ।
ଜମିଦାର ନାମ ମଧୁ ସିଂ ସିନା ମାଧୋ ସିଂହ ବୋଲି ଜଣା,
ତିନିପୁଅ ନେଇ ଯୁଦ୍ଧ ଆରମ୍ଭିଲେ ଇଂରେଜଙ୍କୁ କରି ବଣା ।
ମାଧୋ ସିଂହ ସେନା ପ୍ରବଳ ପ୍ରତାପୀ ଲଢିଲେ ଲଗାଇ ପଣ,
ଇଂରେଜ ଗୁଳିରେ ସହିଦ ହୋଇଲେ ବିପ୍ଳବୀ ଏଗାର ଜଣ ।
ସେକ୍ସପିୟର କ୍ୟାପଟେନ ଆସି କଲେ ଅଧିକାର ଘାଟି,
ଆକ୍ରମଣ କରି ଘେଏଁସ ଦୁର୍ଗକୁ ଭାଙ୍ଗି କରିଦେଲେ ମାଟି ।
ସମ୍ବଲପୁରର ନୂଆ କମିଶନ କର୍ଣ୍ଣେଲ ଫଷ୍ଟାର ବାବୁ,
ଚତୁର ପଣରେ କରିଲେ ଚଢାଉ ବିଦ୍ରୋହୀ ହୋଇଲେ କାବୁ ।
ମାଧୋ ସିଂହ ବୀର ଗୁଳିମାଡ଼ ଖାଇ ଶେଷରେ ପାଇଲେ ଫାଶୀ,
ସେହି ଫାଶୀକାଠେ ପୁଅ ବୈର ସିଂହ ପ୍ରାଣଦେଲେ ହସିହସି ।
ସମ୍ବଲପୁରର କାରାଗାରେ ଥିଲେ ଅନ୍ୟ ପୁଅ ତିନିଜଣ,
ନୁଇଁଲେନି ମଥା ବିଦେଶୀ ଆଗରେ ତେଜିଲେ ପଛକେ ପ୍ରାଣ ।
ବାପ ପୁଅ ଚାରି ସହିଦ ହୋଇଲେ ରଚି ନୂଆ ଇତିହାସ,
ଦେଶପ୍ରେମ ତ୍ୟାଗ ପ୍ରେରଣା ହୋଇଲା ରଖିଗଲେ ବୀର ଯଶ ।