STORYMIRROR

Dr Rashmita Panigrahi

Abstract

3  

Dr Rashmita Panigrahi

Abstract

ମାଆ

ମାଆ

1 min
11.6K

ମାଆ 

 ଯେଉଁ ହାତ ରେ 

ତୁମେ କାଖେଇ 

କୋଳେଇ କଲ 

ମୋତେ ମଣିଷ, 

ଚାଲି ଶିଖି ଦୁନିଆ 

ବଡ ଦାଣ୍ଡରେ 

ଛିଡା ହେବା ପାଇଁ 

ଦେଲ ସାହସ, 

 ଯେଉଁ ଆଖି ତୁମ 

ଦିବାନିଶି ଦେଇଛି,

ନଜର, ସବୁ 

ଭଲ ମନ୍ଦ କୁ ମୋର, 

ଯେଉଁ କାନ ତୁମ

ଶୁଣିଛି କେତେ 

ଅଳି ଅର୍ଦ୍ଦଳୀ 

ହାରି ଗୁହାରି 

ମୋ ପ୍ରତିକ୍ଷଣ ର, 

ଯେଉଁ ପାଦ ତୁମ 

ଅବିରାମ ଗତିରେ 

ଚାଲୁଛି, ଖାସ ଟିକିଏ 

ଯତ୍ନ ନେବ ବୋଲି 

ଅତି ଖୁସି ର, 

କେମିତି ବୁଝିବି 

ଯନ୍ତ୍ରଣା ସେ ପାଦ ର, 

କେମିତି ଶୁଝିବି 

ମାଆ, ମମତା ତୁମର !

ତୁମେ ନୁହଁ 

ଖାଲି ଜନ୍ମଦାତ୍ରୀ 

ଏଇ ଶରୀରର, 

ତୁମେ ଗୁରୁ, 

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର 

ମୋର ଏ ଶାଶ୍ୱତ ଆତ୍ମା ର l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract